ଅଧିକ ପଢନ୍ତୁ ବିଦେଶ ଖବର
ଡକ୍ଟର ପ୍ରହରାଜ ଆହୁରି ମଧ୍ୟ କହିଛନ୍ତି, “ବାହାରିନ୍ ହେଉଛି ପ୍ରେମ, ଶାନ୍ତି ଓ ସମନ୍ଵୟର ଦେଶ । ବାହାରିନ୍ ପରି ଏକ ଆଧୁନିକ, ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକେ ଧାର୍ମିକ ସ୍ଵାଧୀନତା ଉପଭୋଗ କରନ୍ତି । ଏହି ସ୍ଵାଧୀନତା ବାହାରିନ୍ ପାଇଁ ବେଶ୍ ସ୍ଵତନ୍ତ୍ର ଏବଂ ଏହି ସ୍ଵାଧୀନତା ଉପରେ ବାହାରିନ୍ ରାଜାଙ୍କ ଆନ୍ତରିକ ବିଶ୍ଵାସ ଓ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ ।” ଏହି ଉତ୍ସବରେ ଶହେରୁ ଅଧିକ ଓଡିଆ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ଗଣେଶ ପୂଜା ପାଳନ କରି ସେମାନଙ୍କର ଅପାର ଖୁସି ବ୍ୟକ୍ତ କରିଥିଲେ ଓ ଉତ୍ସବରେ ଗଣେଶ ବନ୍ଦନା ଓ ଭଜନରେ ଆକର୍ଷଣୀୟ ନୃତ୍ୟ ସଂଗୀତ ପରିବେଷିତ ହୋଇଥିଲା ।