ଚିକିଟି ତହସିଲ ଅନ୍ତର୍ଗତ କେଳାଝୁରୀ ଅଣନିଲାମି ସୈରାତରୁ ବିଭିନ୍ନ କମ୍ପାନୀ ନାମ କହି ପ୍ରତିଦିନ ଶହ ଶହ ଗାଡି ବାଲି ହାଇୱ। ଓ ଟ୍ରାକ୍ଟର ମାଧ୍ୟମରେ ଚିକିଟି ଏବଂ ପାତ୍ରପୁର ତହସିଲ ର ବିଭିନ୍ନ ରାଜସ୍ୱ ବିଭାଗ ଗାଁ ଦେଇ ଆନ୍ଧ୍ରକୁ ଚାଲାଣ ହେଉଛି ସେପଟେ ଚିକିଟି ତହସିଲ ଅନ୍ତର୍ଗତ ଖରଖରିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ବାହୁଦା ନଈରୁ ଅଭିନବ ଉପାୟରେ ବାଲି ବାହାର କରି ନଦୀ ପଠାରେ ଗଚ୍ଛିତ କରି ଚଢାଦରରେ ବାଲି ବିକ୍ରି କରୁଥିବା ଦେଖିବାକୁ ମିଳିଛି ପ୍ରତିଦିନ ଶହ ଶହ ଟ୍ରାକ୍ଟର ବାଲି ବଣସୋଲା ଓ ଜୟନ୍ତୀପୁର ଦେଇ ଆନ୍ଧ୍ରକୁ ଚାଲାଣ ହେଉଅଛି।
ଗତ ଶନିବାର ବିଳମ୍ବିତ ରାତିରେ ଏକ ହାଇୱ। ଯୋଗେ ବାଲି ପାତ୍ରପୁର ଦେଇ ଯାଉଥିବା ଦେଖି ପାତ୍ରପୁରର ଯୁବକ ସଂପୃକ୍ତ ହାଇୱ।କୁ ଅଟକାଇ ଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ବାଲି ମାଫିଆ, ଡ୍ରାଇଭର ହେଲପର ଏବଂ ଅସାମାଜିକ ଯୁବକ ମିଳିମିଶି ହାଇୱ।କୁ ଅଟକାଇଥିବା ଯୁବକ ଲିଲୁ ମହାପାତ୍ର ଯିଏ କି ଜଣେ ଟ୍ରାକ୍ଟର ୟୁନିୟନର ସଭାପତି ତାଙ୍କୁ ମାରି ଲହୁଲହାଣ କରିଦେଇଥିଲେ। ପରେ ପାତ୍ରପୁର ଗ୍ରାମର କିଛି ଯୁବକ ପହଞ୍ଚିବା ଦେଖି ବାଲି ଚୋରା କାରବାରରେ ଲିପ୍ତ ଥିବା ବ୍ୟକ୍ତି ହାଇୱ।କୁ ସେଠାରେ ଛାଡି ଚାଲିଯାଇଥିଲେ। ସେଠାରେ ରାଜସ୍ୱ ବିଭାଗର କେତେକ କର୍ମଚାରୀ ପହଞ୍ଚି ସଂପୃକ୍ତ ହାଇୱ।କୁ ଜବତ କରିବା ସହ ପାତ୍ରପୁର ତହସିଲ ଅଫିସ ପରିସରକୁ ନେଇଯାଇଥିଲେ। ଟ୍ରାକ୍ଟର ୟୁନିୟନର ସଭାପତି ଲିଲୁ ମହାପାତ୍ର ଏନେଇ ଥାନାରେ ଏତଲା ଦେଇଥିବା ବେଳେ ବାଲି ମାଫିଆ ମଧ୍ୟ ଥାନାରେ ଏତଲା ଦେଇଥିବା ଜଣାପଡିଛି। ଆଗକୁ ଯଦି ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କୁ ରୋକା ନ ଯାଏ ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର