ରାସ୍ତା ଉପରେ ପାଟୁଳିପୁରା ଠାରେ ଅନ୍ଧାରିନାଳ ଉପରେ ୧୦ କୋଟିର ଏକ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ୪ ବର୍ଷ ହେବ କାମ ସରୁନି। ଠିକାଦାର ଓ ପ୍ରଶାସନିକ ଅଧିକାରୀ ଏକାଠି ମିଶି ଯାଇଥିବାରୁ ମନ୍ଥରଗତିରେ ନିର୍ମାଣ କାମ ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ନିର୍ମାଣ କାମ ନସରୁଣୁ ସେତୁରେ ଫାଟ ଦେଖାଦେଇଛି। ଏପରିକି ସେତୁ ଲାଗି ରହିଥିବା ଆପ୍ରୋଚ ରୋଡରେ ପଥର ପ୍ୟାଚିଂ ମଧ୍ୟ ଧୋଇଗଲାଣି। ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମିଲିଭଗତରେ ଏଭଳି ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।
ଖାଲଖମାରେ ଭର୍ତ୍ତି ବୈଶିଙ୍ଗା-ଉଦଳା ରାସ୍ତା

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ବେତନଟୀ ପୂର୍ତ୍ତବିଭାଗ ଅଧୀନରେ ଥିବା ମାନଗୋବିନ୍ଦପୁର ପଞ୍ଚାୟତର ତାଳଗଛ ଛକଠାରୁ ଖରିପଦା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଥିବା ବେଳେ ଛୋଟ ପିଲାମାନେ ସ୍କୁଲ୍ ଯାଇଥାନ୍ତି । ପ୍ରତିବର୍ଷ ଏହି ରାସ୍ତାର ମରାମତି ବାବଦକୁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । କିନ୍ତୁ ମରାମତିର ଦୁଇମାସ ପରେ ରାସ୍ତାର ଅବସ୍ଥା ଯାହାକୁ ସେଇଆ। ଫଳରେ ରାସ୍ତା କାମରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ଲୋକେ।
Download Argus News App
