ବୈତରଣୀ ନଦୀରୁ ବହୁ କମ୍ପାନୀ ପାଇପଲାଇନରେ ଲୌହଗୁଣ୍ଡ ମାଲ ପରିବହନ କରିବାକୁ ଯୋଜନା କରିଛନ୍ତି । ଜିଲ୍ଲା ବାସୀଙ୍କ ପାଇଁ ପିଇବା ପାଣି ନଥିବାବେଳେ ପାଇପଲାଇନରେ ମାଲ ପରିବହନ କରାଗଲେ ଜିଲ୍ଲାବାସୀ ପାଣିବିନା ମୃତ୍ୟୁମୁଖରେ ପଡିବାର ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲାର ଚାଷୀଙ୍କ ପାଇଁ କାନପୁର ବୃହତଜଳ ପ୍ରକଳ୍ପ କରାଯାଇଥିବାବେଳେ ଏହାକୁ ଏବେ ଶିଳ୍ପପତିଙ୍କ ହାତକୁ ଟେକିଦେବାକୁ ରାଜ୍ୟ ସରକାର ମସୁଧା କରିଥିବାର ଅଭିଯୋଗ । ସେହିପରି ଖଣି ମାନଙ୍କ ବର୍ଯ୍ୟବସ୍ତୁରେ ବୈତରଣୀ ପୋତି ହୋଇପଡିଲାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ବୈତରଣୀ ଶୁଖିଗଲେ 4ରୁ ଅଧିକ ଜିଲ୍ଲାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ । କଳକାରଖାନା ଗୁଡିକ ନିଜର ବୈଜବସ୍ତୁ ଗୁଡିକ ବୈତରଣୀକୁ ଛାଡିବା ଦ୍ୱାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଜିଲ୍ଲାପ୍ରଶାସନକୁ ଗୁହାରି କଲେ ମଧ୍ୟ କାହିଁକି ଆକ୍ସନ ନେଉନାହିଁ ଜିଲ୍ଲାପ୍ରଶାସନ । ଏହି ଘଟଣା ଉପରେ ପଡିବ କି ସରକାରଙ୍କ ନଜର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।