ଗ୍ରାମବାସୀମାନେ ସାମନ୍ତିଆପଲ୍ଲି ବନାଞ୍ଚଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବର ପାଇ ସାମନ୍ତିଆପଲ୍ଲି ବନାଞ୍ଚଳ କର୍ମଚାରୀ ମାନେ ଘଟଣସ୍ଥଳରେ ପହଂଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଶୁକ୍ରବାର ବଜ୍ରକାପ୍ତାର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ରଜତ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ବଜ୍ରକାପ୍ତା ଉଦ୍ଧାର

ପାତ୍ରପୁର : ସାମନ୍ତିଆପଲ୍ଲି ବନାଞ୍ଚଳ ଖମ୍ବାରିଗାଁ ପଞ୍ଚାୟତ ଅନ୍ତର୍ଗତ ବାବନପୁର ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ସାମନ୍ତିଆପଲ୍ଲି ବାନାଞ୍ଚଳର କର୍ମଚାରୀ ମାନେ ଏହାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାର ଓଜନ ପ୍ରାୟ ୧୦ କିଲୋ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଆର୍. ଈଶ୍ବରଙ୍କ ବାଡି ପଟେ ଥିବା ପିଜୁଳି ଗଛରେ ବଜ୍ରକାପ୍ତାଟି ରହିଥିବା ଦେଖି ଗ୍ରାମର ଲୋକମାନଙ୍କୁ ଜଣାଇଥିଲେ ।
Download Argus News App
