ଏହି ଜମିକୁ ସେମାନେ ବାପ ଅଜା ଅମଳରୁ ୮୦/୯୦ ବର୍ଷ ହେଲା ଚାଷ କରି ଆସୁଛନ୍ତି । ସେ ବାବଦ କୁ ଖଜଣା ମଧ୍ୟ ଦେଉଛନ୍ତି । ଆଜି ପର୍ଯ୍ୟନ୍ତ ନୋଟିସ କିମ୍ବା ଚିଠି ଦିଆଯାଇ ନଥିବା ବେଳେ ଏହି ଜମିରେ ଥାନା କୋଠା ତିଆରି କରିବା ପାଇଁ ତହସିଲଦାର ତାକୁ ଦେଇ ଦେବାକୁ ଯାଉଛନ୍ତି । ସାହୁକାର ପାଖରୁ ୫ ଲକ୍ଷ ଟଙ୍କା ଆଣି ଚାଷ କରିଥିଲେ ।
ଦୁଇ ପରିବାର କରିଥିବା ୫ ଲକ୍ଷ ଟଙ୍କାର କପା ଚାଷକୁ ଜେସିବି ମଡ଼ାଇ ନଷ୍ଟ କରି ଦେଇଥିବାରୁ ୭ ଦିନ ମଧ୍ୟରେ କ୍ଷତିପୂରଣ ଦେବା ସହିତ ମୁରିବାହାଲ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଏହି ଜମିରୁ ଉଚ୍ଛେଦ କଲେ କିମ୍ବା ପଟ୍ଟା ନ ଦେଲେ ଦୁଇ ପରିବାର ଆତ୍ମହତ୍ୟା ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।