ନିଆଁର ଲାଗିବାର କାରଣ ପାଇଁ ଗ୍ରାମବାସୀ ବହୁ ଦେବାଦେବୀ ଏବଂ ତାନ୍ତ୍ରୀଙ୍କ ପରାମର୍ଶ ନେଇଥିଲେ କିନ୍ତୁ କୌଣସି ସମାଧାନ ହେଲା ନାହିଁ l ଶେଷରେ ଚୈତ୍ର ମାସରେ ଗାଁକୁ ଜଣେ ବାବାଜି ଆସି ଥିଲେ ଏବଂ ସେହି ବାବାଜିଙ୍କୁ ଏପରି ଗାଁରେ ଅଚାନକ ନିଆ ଲାଗିବାର କାରଣ ପଚାରି ଥିଲେ ଗ୍ରାମବାସୀ l ବାବାଜୀ ଜଣଙ୍କ କହିଥିଲେ ଗ୍ରାମରେ ଥିବା ବେଲ ଗଛ ମୂଳେ ପୂଜା କରିବା ସହିତ ପ୍ରତିଟି ଘରେ ନବମୀ ଏବଂ ଦଶମୀ ପୂଜା ପୁଜା କରିବା ପାଇଁ l ସେହି ଦିନଠୁ ଏ ଗ୍ରାମର ପ୍ରତିଟି ଘରେ ବାସନ୍ତି ପୂଜା କରି ଆସୁଛନ୍ତି ।
ଏହି ଗ୍ରାମରେ ମୁଖ୍ୟତଃ ମା’ ବାସନ୍ତୀଙ୍କ ମୁଖ୍ୟ ପୂଜା ନବମୀ ଏବଂ ଦଶମୀ ପୂଜାରେ ଘଟ ପୂଜା କରାଯାଉଥିଲା କିନ୍ତୁ ଏବେ ଗ୍ରାମରେ ଘଟ ପୂଜା ସହିତ ମା’ଙ୍କର ମୁର୍ଣ୍ଣୟ ମୂର୍ତ୍ତି ପୂଜା ପାଉଛନ୍ତି l ମା’ ବାସନ୍ତୀଙ୍କ ପୂଜା ଆରମ୍ଭ ହେବା ଠାରୁ ଶାନ୍ତ ହଇଛି ପଡିଛି ଗ୍ରାମ l ବେଶ ଧୁମ ଧାମରେ ପ୍ରତେକ ବର୍ଷ ପୂଜା କରୁଛନ୍ତି ଗ୍ରାମ ବାସୀ l ଲୋକଙ୍କ ବିଶ୍ୱାସ ମା’ଙ୍କୁ ପୂଜା କରିବାରୁ ସେବେଠାରୁ ସବୁ ସଙ୍କଟ ଗ୍ରାମରୁ ଲୋପ ପାଇଛି l ପୂଜା ଆରମ୍ଭ ଠାରୁ ଗ୍ରାମରେ ସୁଖ ଶାନ୍ତି ଫେରି ଆସିଛି ।