ଅର୍ଗସ ବ୍ୟୁରୋ : ସାମ୍ନାକୁ ଆସିଲା ବିଜେଡିର ଗୋଷ୍ଠୀ କନ୍ଦଳ । ସୋରରେ ବିଜେଡି ୨ ଫାଳ । ସୋର ନିର୍ବାଚନ ମଣ୍ଡଳୀର ବାହାନଗା ବ୍ଲକରେ କେନ୍ଦ୍ର ବିରୋଧରେ ପ୍ରତିବାଦ କରିଛି ବିଜେଡି । ବିଧାୟକ ପର୍ଶୁରାମ ଧଡ଼ା ଏବଂ ନୀଳଗିରିର ବିଜେଡି ନେତା ସନ୍ତୋଷ ଖଟୁଆଙ୍କୁ ବିରୋଧ କରି ବିଜେଡି ବିଦ୍ରୋହୀ ଗୋଷ୍ଠୀଙ୍କ ହଜାର ହଜାର ସଂଖ୍ୟାରେ ନେତା କର୍ମୀଙ୍କ ମେଳି କରି ଭିନ୍ନ ଏକ ଷ୍ଟେଜରେ ପ୍ରତିବାଦ କରିଥିଲେ ।
ସୋର ବିଜେଡି ବିଧାୟକ ଅନ୍ୟ ଏକ ଗୋଷ୍ଠୀକୁ ଧରି ପ୍ରତିବାଦ କରିଛନ୍ତି l । ଗୋଟିଏ ପଟେ ବ୍ଲକ ଭିତରେ 24ଟି ପଞ୍ଚାୟତର ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ନେତା ଏକଜୁଟ ହୋଇ ବିରୋଧୀ ଗୋଷ୍ଠୀ ସଭା ଚଳାଇଥିବା ବେଳେ, ଅନ୍ୟ ଏକ ଷ୍ଟେଜରେ ବିଧାୟକ କିଛି ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦଙ୍କୁ ଧରି ବ୍ଲକ ଭିତରେ ସଭା ଚଳାଇଛନ୍ତି l