ଓଡ଼ିଶାର ସିମାନ୍ତର ବାଲେଶ୍ଵର ବାଲିଆପାଳ ମାଟିକୁ ପ୍ରକୃତି ଆଣି ଦେଇଛି ଅପୁର୍ବ ସୌନ୍ଦର୍ଯ୍ୟ। ଏଠାରେ ଥିବା ଡଗରା ବେଳାଭୂମି ର ସୌନ୍ଦର୍ଯ୍ୟ ଆକର୍ଷଣ ଅତିବ ନିଆରା ବିସ୍ତିନ ଝାଉଁ ଜଙ୍ଗଲ ସୁଭାରାଜି ସାଙ୍ଗକୁ ନାଲି କଙ୍କଡ଼ା ର ଲୋଚ କାଳି ଖେଳ ଏବଂ ବେଳାଭୂମି ର ରମଣିୟ ଦୃଶ୍ୟ କୁ ଉପଭୋଗ କରିବା ପାଇଁ ଏଠାକୁ ବର୍ଷ ଯାକ ପର୍ଯ୍ୟଟକ ମାନଙ୍କ ସ୍ବ ଛୁଟିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଡଗରା ବେଳାଭୂମି ରେ ଥିବା ବିସ୍ତିନ ଜଙ୍ଗଲ ର ସାଂଇ ସାଂଇ ଶବ୍ଦରେ ପର୍ଯ୍ୟଟକ ମାନେ ବିମୋହିତ ହେଇ ଥାଆନ୍ତି। ଏଇ ବେଳାଭୂମି ରେ ସର୍ବଦା ବିଚରଣ କରୁଥିବା ନାଲି କଙ୍କଡ଼ା ର ଲୋଚ କାଳି ଖେଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ଏହା ଏକ ବିସ୍ତିନ ସମତଳ ବେଳାଭୂମି ହେଇଥିବାରୁ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ପର୍ଯ୍ୟଟକ ମାନେ ଆସି ଝାଉଁ ଜଙ୍ଗଲ ଭିତରେ ବଣ ଭୋଜି କରିବା ସହିତ ବେଳାଭୂମି ରେ ସେଲ୍ଫି ମଜା ଉଠାଇ ଥାନ୍ତି। ଏଇ ବେଳାଭୂମି ଟି ଓଡ଼ିଶାର ସୀମାନ୍ତରେ ରହିଥିବା ରୁ ସମଗ୍ର ଓଡ଼ିଶା ସମେତ ପଶ୍ଚିମ , ଝାଡ଼ଖଣ୍ଡ , ବିହାର ରୁ ମଧ୍ୟ ପର୍ଯ୍ୟଟକ ମାନେ ଆସି ଏହାର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥାନ୍ତି ମାତ୍ର ଏହି ବେଳାଭୂମି ର ବିକାଶ ଦିଗରେ ରାଜ୍ୟ ସରକାରି ସ୍ତରରେ ପ୍ରୟାସ କରାଯାଇ ନଥିବାରୁ ପର୍ଯ୍ୟଟକ ମହଲ ରେ ଅସନ୍ତୋଷ ଦେଖା ଦେଉଛି। ଦୁଇ ହଜାର 16 ମସିହା ଜାନୁଆରୀ 29 ତାରିଖରେ ଏ ବେଳାଭୂମି ରେ ଏକ କୁଟି 66 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡ଼େର ଏବଂ ପାନ୍ଥନିବାସ ର ଉଦ୍ଘାଟନ କୁ 6 ବର୍ଷ ରୁ ଉର୍ଦ୍ଧ ବିତି ଯାଇଥିଲେ ବି ଏହାର କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହେଇ ନାହିଁ
ଏହି ବେଳାଭୂମି କୁ ଯିବା ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ ପର୍ଯ୍ୟଟକ ମାନଙ୍କ ରାତ୍ରି ଯାପନ ପାଇଁ କୈାଣସି ହୁଟେଲ ବା ଅତିଥି ଭବନ ନଥିବାରୁ ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକ ମାନଙ୍କୁ ଘରକୁ ଫେରି ଯିବାକୁ ପଡିଥାଏ । ପର୍ଯ୍ୟଟକ ମାନଙ୍କ ଅତି ଆବଶ୍ୟକ ପିଇବା ପାଣି , ବସିବା ପାଇଁ ବେଞ୍ଚ ଏବଂ ସନ୍ଧ୍ୟା ସମୟର ଦୃଶ୍ୟ କୁ ଉପଭୋଗ କରିବା ପାଇଁ କୈାଣସି ଲାଇଟ୍ ର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଶାର ଅନ୍ୟ ସମସ୍ତ ବେଳାଭୂମି ପରି ଏଇ ବେଳାଭୂମି ବିକାଶ ଏବଂ ଉନ୍ନତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏଇ ବେଳାଭୂମି ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ଆହୁରି ଅଧିକ ପର୍ଯ୍ୟଟକ ମାନେ ଏଠାକୁ ଆସିପାରନ୍ତେ ।