ଅର୍ଗସ ବ୍ୟୁରୋ : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାରେ ପୁଣି ବାଜି ମାରିନେଇଛନ୍ତି ଛାତ୍ରୀ । +2 କଳାରେ ପାସ୍ ହାର 78.88 ପ୍ରତିଶତ ଥିବାବେଳେ ଝିଅ ପାସ୍ ହାର 85.66 ପ୍ରତିଶତ ଓ ପୁଅ ପାସ୍ ହାର 70.43 ପ୍ରତିଶତ ରହିଛି। କଳାରେ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ପାସ୍ ହାର 84.97 ପ୍ରତିଶତ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର 70.74 ପ୍ରତିଶତ ରହିଛି । କଳାରେ ମୋଟ 1 ଲକ୍ଷ 81 ହଜାର 869 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ 32,782 ଜଣ, ଦ୍ଵିତୀୟ ଶ୍ରେଣୀରେ 32,461 ଜଣ ଓ ତୃତୀୟ ଶ୍ରେଣୀରେ 1 ଲକ୍ଷ 16 ହଜାର 179 ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ + ୨ କଳାରେ ପାସ ହାର ୮୨. ୧୦ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର ୮୭. ୪୫ ପ୍ରତିଶତ ଓ ପୁଅଙ୍କ ପାସ ହାର ୭୫. ୦୮ ପ୍ରତିଶତ ରହିଥିଲା।
ଅଧିକ ପଢନ୍ତୁ : ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ
ସେହିପରି ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର୍ 67.48 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ପୁଅଙ୍କ ପାସ୍ ହାର 64.23 ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳରେ ସର୍ବାଧିକ ପାସ୍ ହାର୍ 89.43 ପ୍ରତିଶତ ରହିଥିବାବେଳେ ଦେବଗଡ଼ର ସର୍ବନିମ୍ନ 39.47 ପ୍ରତିଶତ ପାସ୍ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ 3860 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଚଳିତବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ 2 ଲକ୍ଷ 33 ହଜାର 855 ଛାତ୍ରଛାତ୍ରୀ ଓ ଧନ୍ଦା ମୂଳକ ଶିକ୍ଷାରେ 5088 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।