ଗତକାଲି ସୋର ଥାନା ପୋଲିସ ଏକ ଘଟଣାରେ ୪ ଅଭିଯୁକ୍ତ ଅଟକ ରଖିଥିବାବେଳେ ଖଇରା ଥାନା ଅଞ୍ଚଳର ଅଭିଯୁକ୍ତ ଜାମୁନା ଡକାୟତିରେ ଲିଙ୍କ୍ ଥିବା ନେଇ ବରହମପୁର ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି । ମୁଖ୍ୟ ଅଭିଯୁକ୍ତ ସହ ଆହୁରି ୭ , ୮ ଜଣ ସମ୍ପୃକ୍ତି ରହିଥିବା ତଦନ୍ତରୁ ଜଣାପଡିଛି ।
ମୁଖ ଅଭିଯୁକ୍ତ ପାଖରୁ ଏକ ଭୁଜାଲି ମଧ୍ୟ ଜବତ ହୋଇଛି । ନୀଳଗିରି ଥାନା ପୋଲିସର ଏକ ଟିମ୍ ମଧ୍ୟ ବରହମପୁର ଥାନାରେ ପହଞ୍ଚି ନୀଳଗିରିରେ ବିଭିନ୍ନ ସ୍ଥାନରେ ଘଟିଥିବା ଡକାୟତି ଓ ଚୋରି ଘଟଣା ନେଇ ପଚରାଉଚରା କରୁଛି । ଅଟକ ଅଭିଯୁକ୍ତ ଜଣକ ନାମରେ ପୂର୍ବରୁ ସୋର, ଖଇରା, ଭଦ୍ରକ ଥାନାରେ ମାମଲାରେ ଜଡିତ ଥିବାର ସୂଚନା ରହିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ବରହମପୁର ଥାନା ଅଧିକାରୀ ହେମନ୍ତ କୁମାର ମାଝୀ କହିଛନ୍ତି ।