ଏ ଦୃଶ୍ୟ ଯେତିକି ହୃଦୟ ବିଦାରକ, ଏ କାହାଣୀ ତା ଠାରୁ ଆହୁରି ଦୁଃଖଦ। ଘଟଣା ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଟିଆଳପଡା ଗାଁର। ଲକ୍ଷ୍ମଣ ସେନାପତି। ବୟସ ୯୦ ଡେଇଁଥିଲା। ଦେହ ବାଧିକିରେ ଘରେ ପଡିଥିଲେ। ଏଣେ ରୋଗୀଣା ସ୍ତ୍ରୀ ଯାହା ଦି ମୁଠା ଆଣୁଥିଲେ ସେକୁଇ ଖାଇପିଇ ପରିବାର ଚଳୁଥିଲା।
୪ ଦିନ ତଳେ ଲକ୍ଷ୍ମଣ ଚାଲିଗଲେ। ହେଲେ ବୁଦ୍ଧା ପତ୍ନୀ ଏ ବାବଦରେ କିଛି ଜାଣିପାରୁ ନ ଥିଲେ। ଭାବୁଥିଲେ ସ୍ବାମୀ ତାଙ୍କର କଥା ଶୁଣୁ ନାହାନ୍ତି, ଉତ୍ତର ଦେଉ ନାହାନ୍ତି। ସ୍ବାମୀଙ୍କ ପାଖରେ ବସି କାନ୍ଦିବା ଛଡା ତାଙ୍କର ଆଉ କିଛି ବାଟ ନ ଥିଲା। ଘରେ ମଢା ପଡିଛି। ଗନ୍ଧ ବାହାରକୁ ବ୍ୟାପିଲା। ଲୋକେ ଜାଣିଲେ ବୃଦ୍ଧ ଲକ୍ଷ୍ମଣ ଆଉ ନାହାନ୍ତି। ଶେଷରେ ଗାଁ ର ସ୍ବେଚ୍ଛାସେବୀମାନେ ଆସି, ମୃତଦେହ ସଂସ୍କାର କରିଛନ୍ତି।
ଆଉ ଏକା ହୋଇଯାଇଥିବା ଲକ୍ଷ୍ମଣଙ୍କ ଧର୍ମପତ୍ନୀ ଏବେ ସେଇଠି ଦୁଆର ମୁହଁରେ ବସିଛନ୍ତି। ପର ହାତଟେକା ଆଉ ଇଶ୍ବରଙ୍କ ଡାକକୁ ଅପେକ୍ଷା କରି। ଏ ଦୃଶ୍ୟ ହିଁ ବଖାଣୁଛି, ଜୀବନର ମାନେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।