ଅଧିକ ପଢନ୍ତୁ : ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଟ୍ରାକରେ ଦୌଡିଲା ଟ୍ରେନ୍
ଶୁକ୍ରବାର ସଂଧ୍ୟା ପାଖାପାଖି ସଂଧ୍ୟା 7ଟାରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ଶାଲିମାରରୁ ଚେନ୍ନାଇ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ । ଏକ୍ସପ୍ରେସର ବେଗ ଥିଲା ଘଣ୍ଟାପ୍ରତି 128 କିଲୋମିଟର । ବାହାନାଗାରେ 4ଟି ଲାଇନ ଭିତରୁ ଦୁଇ ଲାଇନରେ ଥିଲା ମାଲ ଗାଡି । ଗୋଟିଏ ଗାଡିରେ ଥି୍ଲା ଲୁହାପଥର । ବାହାନାଗା ପୂର୍ବରୁ କରମଣ୍ଡଳକୁ ଗ୍ରୀନ ସିଗନାଲ ବି ମିଳିଥିଲା । ହଠାତ୍ କରମଣ୍ଡଳ ଲାଇନଚ୍ୟୁତ ହୋଇ ଲୁପ୍ ଲାଇନରେ ଥିବା ଲୁହାପଥର ବୋଝେଇ ମାଲଗାଡି ସହ ପିଟି ହୋଇଗଲା । ଟ୍ରେନର ଦ୍ରୁତଗତି ଓ ମାଲଗାଡିରେ ଭାରି ଲୁହାପଥର ଥିବାରୁ ଭୟଙ୍କର ରୁପ ନେଲା ଦୁର୍ଘଟଣା । କରମଣ୍ଡଳ ବଗି ଛିନଛତ୍ର ହୋଇ ଏଣେତେଣେ ପଡିଲା ।
ଏପଟେ ହାୱଡା ଯାଉଥିଲା ଯଶୱନ୍ତପୁର ଏକ୍ସପ୍ରେସ । କରମଣ୍ଡଳର ବଗିରେ ମାଡ ହୋଇ କିଛି ଡବା ଲାଇନଚ୍ୟୁତ ହେଲା । ଚାଲିଗଲା 275 ଜଣଙ୍କ ଜୀବନ । ଆହତ ହେଲେ 11 ଶହରୁ ଅଧିକ । କରମଣ୍ଡଳ ଟ୍ରାଜେଡିକୁ ନେଇ ବଢୁଛି ସନ୍ଦେହ । ଯାନ୍ତ୍ରିକ ତ୍ରୁଟି, ମନୁଷ୍ୟକୃତ ତ୍ରୁଟି ନା ଏହା ପଛରେ ରହିଛି ବଡ଼ ଷଡଯନ୍ତ୍ର । ସିବିଆଇ ଆରମ୍ଭ କରିଛି ତନାଘନା ।