ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଓଲଟିଲା ବିଦ୍ୟୁତ ଚାଳିତ ଅଟୋ । ୩ ଗୁରୁତର ୨ ଆହାତ । ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ । ସୂଚନା ଅନୁଯାୟୀ ବାରବାଟିଆ ଗ୍ରାମରୁ ହାଇଦ୍ରାବାଦକୁ ଯାଉଥିବା ସମୟରେ ୫୭ ନମ୍ବର ରାଜ୍ୟ ରାଜପଥ ରାଉତମନ୍ଦାରୁଣି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା ଅଟୋ । ଅଟୋରେ ଥିବା ସମସ୍ତଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ଜଣ ଗୁରୁତରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସIଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା। ମା'ଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିବ। ଏବେବି ସଜେଇ ହେଲାଣି ରାଜଧରନୀ ସମେତ ବିଭିନ୍ନ ସ୍ଥାନ। ଏଥର ମଣ୍ଡପରେ ମିଟର ଲଗାଇବାକୁ ବାଧ୍ୟତାମୂଳକ କରିବ ବିଧ୍ୟୁତି ବିତରକ କମ୍ପାନୀ ଟାଟା ପାଓ୍ୱାର ଲିମିଟେଡ। ଯାହାକୁ ନେଇ ପୂଜା କମିଟିମାନଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଯେଉଁଠି ଭୁବନେଶ୍ୱରର ପୂଜା ମଣ୍ଡପରେ ହାଉସ ରେଣ୍ଟ ଛାଡ କରାଗଲା ସେଠି କଟକରେ ବିଦ୍ୟୁତ ଦେୟରେ ରିହାତି କାହିଁକି ଦିଆଯାଉନାହିଁ ବୋଲି କମିଟିଗୁଡିକ ପ୍ରଶ୍ନ କରିଛନ୍ତି।
ଗତବର୍ଷ ଦୁର୍ଗା ପୂଜାରେ ସହରର ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ ମିଟର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ଜନିତ ମାନ୍ଦାବସ୍ଥା ଏବଂ ଆର୍ଥିକ ଦୁଃସ୍ଥିତି ଦର୍ଶାଇ ପୂଜା କମିଟିମାନେ ଏହାର ଜୋରଦାର ବିରୋଧ କରିଥିଲେ। ଫଳରେ ମିଟର ନଲଗାଇ ପୂର୍ବଭଳି କିଛି ନିର୍ଦ୍ଦେିଷ୍ଟ ଅର୍ଥରାଶି ବିନିମୟରେ ପୂଜା ଆୟୋଜକଙ୍କୁ ବିଦ୍ୟୁତ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଚଳିତ ବର୍ଷର ଏପରି ନିଷ୍ପତ୍ତିକୁ ନେଇ ଦୁର୍ଗାପୂଜା ପୂର୍ବରୁ ବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ଦୁର୍ଗାପୂଜା ଆସିଲେ କଟକ ସହର ଚଳଚଞ୍ଚଳ ହୋଇଉଠେ। ପୂଜା ପୂର୍ବରୁ ଆକର୍ଷଣୀୟ ସାଜସଜ୍ଜା ସହରବାସୀଙ୍କୁ ଉତ୍ସାହିତ କରିଥାଏ। ସୁଉଚ୍ଚ ତୋରଣ ସାଙ୍ଗକୁ ଲାଇଟ ଗେଟ୍ ଏବଂ ଆଲୋକ ସଜା ସହରର ରଙ୍ଗ ବଦଳାଇଦିଏ। ପ୍ରତ୍ୟେକ ପୂଜା କମିଟି ସାଜସଜା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଆଲୋକମାଳା ସାଙ୍ଗକୁ ଲାଇଟ ଗେଟ୍ କରି ଲୋକଙ୍କୁ ସ୍ୱାଗତ କରନ୍ତି। ବିଦ୍ୟୁତ ବିଭାଗର ଆକଳନ କହୁଛି, କଟକର ପ୍ରାୟ ୧୭୦ ପୂଜା ମଣ୍ଡପରେ ପୂଜାର ୫ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରାଯାଇଥାଏ। ଫଳରେ ସହର ପାଇଁ ଆବା୍ୟକ ଦୈନିକ ବିଦ୍ୟୁତ ଯୋଗାଣର ୩ ଶହ ମେଗାଓ୍ୱାଟ ଅତିରିକ୍ତ ବୋଝ ପଡିଥାଏ। ଏ ବାବଦରେ ଯଦିଓ ପୂଜା କମିଟି ତରଫରୁ କିଛି ଟଙ୍କା ଡିପୋଜିଟ କରାଯାଏ କିନ୍ତୁ ତାର କୌଣସି ହିସାବ ନଥାଏ। ସହରର ପୂଜା କମିଟି ମାନେ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ ବାବଦରେ ଅଗ୍ରୀମ ଡିପୋଜିଟ୍ କରି ମଣ୍ଡପକୁ ଲାଇନ ଆଣଶିଥାନ୍ତି। ପରେ ମନଇଚ୍ଛା ପାଞ୍ଚ ଦିନ ଧରି ବ୍ୟବହାର କରିଥାନ୍ତି। ଯାହାକୁ ନେଇ ଚଳିତ ବର୍ଷ ପୂଜା ଆୟୋଜକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଅଧିକ ପମନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୧୯୩୮ ମସିହାର ଏଇ ଘଟଣାଟି ଫିଜି ଏବଂ ଅଷ୍ଟ୍ରେଲିଆରୁ ୨୦୦ରୁ ଅଧିକ ଅଷ୍ଟ୍ରେଲିଆ ଲଙ୍ଗଫିସ ମାଛ ଯୁକ୍ତରାଷ୍ଟ୍ର ଆମେରିକାକୁ ପଠାଯାଇଥିଲା। ସେତେବେଳେ ଆମେରିକାର ବିଭିନ୍ନ ପ୍ରାନ୍ତରେ ଏହି ମାଛର ଆଦର ଥିବାରୁ ଧନୀ, ଶିଳ୍ପପତିମାନେ ସେମାନଙ୍କ ଆକ୍ବାରିୟମରେ ଲଙ୍ଗଫିସ ମାଛ ରଖୁଥିଲେ।
ପ୍ରାଣୀବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି ପ୍ରଜାତି ମାଛଙ୍କ ହାରାହାରି ଆୟୁ ୨୦-୩୫ବର୍ଷ ହେଲେ ଆମେରିକାରେ ଥିବା ଏକ ଲଙ୍ଗଫିସ ୧୦୧ ବର୍ଷରୁ ଅଧିକ ସମୟ ଜୀବିତ ରହିଲାଣି। ବିଶ୍ବର ସର୍ବପୁରାତନ ଆକ୍ବାରିୟମ ଫିସ ଭାବେ ପରିଚିତ ଏଇ ମାଛର ନାମ ମିଥୁସେଲା। ସେ ଏବେ କାଲିଫର୍ଣ୍ଣିଆର ଷ୍ଟିନହାର୍ଟ ସ୍ଥିତ ଆକ୍ବାରିୟମରେ ଅଛି। ମିଥୁସେଲାର ବୟସ ବିଷୟରେ ଆକ୍ବାରିୟମରେ କେହି ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ହୋଇନାହାନ୍ତି। ମାଛର ଯତ୍ନ ନେଉଥିବା କର୍ମଚାରୀମାନେ ବି କହିଛନ୍ତି ମିଥୁସେଲା କେବେ ବି ମନ୍ଥର ଗତିରେ ଗୋାଟିଏ ସ୍ଥାନରେ ରହେନି। ସବୁବେଳେ ଚଳଚଞ୍ଚଳ ହୋଇ ଆକ୍ବାରିୟମରେ ଘୂରିବୁଲୁଥାଏ।
ଗବେଷକ ଦଳ ମିଥୁସେଲାର ଡିଏନଏକୁ ଅନ୍ୟ ପ୍ରଜାତିର ଅଷ୍ଟ୍ରେଲୀୟ ଲଙ୍ଗଫିସଙ୍କ ସହ ତୁଳନା କରୁଛନ୍ତି। ଫଳାଫଳରୁ ସୂଚିତ ହେଉଛି ଯେ, ତା' ବୟସ ବୋଧହୁଏ୯୨ ବର୍ଷ, କିନ୍ତୁ ଏହି ପ୍ରକାର ପରୀକ୍ଷଣରେ କିଛି ଅନିଶ୍ଚିତତା ରହିଥାଇପାରେ। ମିଥୁସେଲା ଆମେରିକା ଆସିବା ସମୟର କାଗଜପତ୍ର ଅନୁସାରେ ତାକୁ ୧୦୧ ବର୍ଷ ହେଲାଣି। ପୂର୍ଣ୍ଣ ଅଧ୍ୟୟନ ଏହି ବର୍ଷ ଶେଷରେ ପ୍ରକାଶ ପାଇବ ବୋଲି କହିଛନ୍ତି ଗବେଷକ।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ବିଜେପି ଏମ୍ପି ମେନକା ଗାନ୍ଧିଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଅନ୍ତର୍ଜାତୀୟ କୃଷ୍ଣ ଭାବନା ସଂଘ (ଇସ୍କନ)କୁ ଏକ ବଡ଼ ଠକ ଏବଂ ଏହା ନିଜ ଗୋଶାଳାରୁ କଂସେଇମାନଙ୍କୁ ଗାଈ ବିକ୍ରି କରୁଛି ବୋଲି କହୁଥିବା ଶୁଣିବାକୁ ମିଳୁଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାଣୀ ଅଧିକାର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଇସ୍କନ ଅନେକ ଗୋଶାଳା ପ୍ରତିଷ୍ଠା କରିଛି ଏବଂ ସେଥିପାଇଁ ବିପୁଳ ଜମି ଆକାରରେ ସରକାରଙ୍କଠାରୁ ଅନେକ ସୁବିଧା ପାଉଛି। କିନ୍ତୁ ଗାଈମାନଙ୍କର ଉପଯୁକ୍ତ ଯତ୍ନ ନେଉନାହିଁ।
ମେନକା କହିଛନ୍ତି ଯେ, ସେ ନିକଟରେ ଇସ୍କନର ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁର ଗୋଶାଳାକୁ ଯାଇଥିଲେ। କିନ୍ତୁ ଗୋଟିଏ ବି ଗାଈ ସେଠାରେ ଭଲ ଅବସ୍ଥାରେ ଥିବା ଦେଖିବାକୁ ପାଇ ନ ଥିଲେ। ଗୋଶାଳାରେ ଗୋଟିଏ ବି ବାଛୁରି ନ ଥିଲେ, ତା’ ମାନେ ସବୁ ବାଛୁରିଙ୍କୁ ବିକ୍ରି କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଇସ୍କନ କଂସେଇଙ୍କୁ ଯେତିକି ଗାଈ ବିକୁଛି, ଅନ୍ୟ କେହି ସେପରି କରୁ ନାହାନ୍ତି। ଅଥଚ ରାସ୍ତାରେ ସେମାନେ ‘ହରେ ରାମ ହରେ କୃଷ୍ଣ’ ଗାଇ ଗାଇ ବୁଲୁଛନ୍ତି ଏବଂ ସେମାନଙ୍କ ସାରା ଜୀବନ କ୍ଷୀର ଉପରେ ନିର୍ଭରଶୀଳ ବୋଲି ସେମାନେ କହିଚାଲିଛନ୍ତି ବୋଲି ମେନକା କହିଥିଲେ।
ଅନ୍ୟପକ୍ଷରେ ଇସ୍କନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିବୃତିରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ଏଭଳି ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସେମାନେ କହିଛନ୍ତି। ଇସ୍କନର ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ ଏକ ବିବୃତିରେ କହିଛନ୍ତି, ସାରା ବିଶ୍ବର ଅନେକ ସ୍ଥାନରେ ଗୋସୁରକ୍ଷାର ଅଗ୍ରଦୂତ ସାଜିଛି ଇସ୍କନ, ଯେଉଁଠି ଗୋମାଂସ ଏକ ଖାଦ୍ୟ ଭାବରେ ପ୍ରଚଳିତ। ଅନେକ ପରିତ୍ୟକ୍ତ ଓ ଆହତ ଗୋରୁଙ୍କୁ ଆଣି ଇସ୍କନରେ ନିଜ ଗୋଶାଳାରେ ରଖି ଯତ୍ନ ନେଇଥାଏ। କଂସେଇଖାନାକୁ ଯାଉଥିବା ଗୋରୁଙ୍କୁ ବି ଉଦ୍ଧାର କରି ଇସ୍କନ ନିଜ ଗୋଶାଳାରେ ଆଣି ରଖିଥାଏ। ତେଣୁ ମେନକା ଗାନ୍ଧିଙ୍କ ଅଭିଯୋଗ ସେମାନଙ୍କୁ ବିସ୍ମିତ କରିଛି ବୋଲି ଦାସ କହିଛନ୍ତି। ସେ ମେନକା ଗାନ୍ଧିଙ୍କଠାରୁ ତାଙ୍କ ବିବୃତିର ସତ୍ୟତାର ପ୍ରମାଣ ଦାବି କରିଛନ୍ତି। ସେ କହିଛନ୍ତି ଯେ ମେନକା ଗାନ୍ଧି କେବେ ବି ଅନନ୍ତପୁର ଗୋଶାଳା ପରିଦର୍ଶନ କରିନାହାନ୍ତି । ସେ ତାଙ୍କ ଅଭିଯୋଗର ଯେ କୌଣସି ପ୍ରମାଣ ଦେଖାନ୍ତୁ ବୋଲି ଇସ୍କନ ପିଆର୍ଓ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର