ଅଧିକ ପଢନ୍ତୁ : ଦୌଡ଼ ରାଣୀ ପିଟି ଉଷା ହେଲେ ଅଲିମ୍ପିକ ଇଣ୍ଡିଆ ଅଧ୍ୟକ୍ଷ
ବାପି ସ୍ଥାନୀୟ ଧେନୁଖଜା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ଯାଜପୁରରେ ଜଣେ ରେଳବାଇ ଠିକାଦାରଙ୍କ ପାଖରେ ଦିନ ମଜୁରିଆ ଭାବେ କାମ କରୁଥିବା ବଡଭାଇଙ୍କ ପାଖରେ ରହି ଯାଜପୁର ରୋଡ ଏନ୍ ସି ହାଇସ୍କୁଲରେ ପାଠ ପଢିବା ସହ ଖେଳକୁଦ ଆରମ୍ଭ କରିଥିଲେ । ସେହି ଖେଳରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।ଭଲ ପାଠ ପଢା ସହିତ ଭଲ ଖେଳୁଥିବାରୁ ୪ ବର୍ଷ ତଳେ ଭୁବନେଶ୍ୱର କିଟ ରେ ଭର୍ତ୍ତି ହୋଇଥିଲେ । ବାପି ଏବେ +୨ ପ୍ରଥମ ବର୍ଷରେ ପଢୁଛନ୍ତି।ସେ ଭଲ ଖେଳୁଥିବାରୁ ଓଡ଼ିଶା ଆଥଲେଟିକ ଆସୋସିଏସନ୍ ଦ୍ବାରା ମନୋନୀତ ହୋଇ କର୍ଣ୍ଣାଟକର ଉଡପି ଠାରେ ମାର୍ଚ୍ଚ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୧୮ ତମ ଜାତୀୟ ଯୁବ ଦୌଡକୁଦ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
ବାପି ପ୍ରତିଯୋଗିତାର ଦେଶର ସମସ୍ତ ରାଜ୍ୟରୁ ପିଲା ଭାଗ ନେଇଥିଲେ ।ସେଥିରୁ ସଫଳତା ପାଇ ମାର୍ଚ୍ଚ ୧୧ ତାରିଖରେ ସେମି ଫାଇନାଲ ଖୃଳିଥିଲେ ।ଏହି ସେମିଫାଇନାଲ ଦେଶର ୯ ଟି ରାଜ୍ୟରୁ ୯ ଜଣ ଖେଳାଳି ମଧ୍ୟ ସ୍ଥାନ ପାଇଥିଲେ ବାପି ।ସେମି ଫାଇନାଲ ସମସ୍ତଙ୍କୁ ପଛରେ ପକାଇ ଫାଇନାଲରେ ପ୍ରବେଶ କରିଥିଲେ । ମାର୍ଚ୍ଚ ୧୨ ତାରିଖରେ ଦେଶର ୮ ଟି ରାଜ୍ୟର ୮ ଜଣ ପ୍ରତିଯୋଗୀଙ୍କ ସହିତ ଖେଳି ବିଜୟ ମୁକୁଟ ପିନ୍ଧିଲେ ବସ୍ତା ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାପି ।ବାପି ୪୦୦ ମିଟର ଟ୍ରାକକୁ ମାତ୍ର ୫୧ .୯୫ ସେକେଣ୍ଡରେ ଅତିକ୍ରମ କରିଥିଲେ ।ଯାହା ପାଇଁ ସେ ସ୍ବର୍ଣ୍ଣ ପଦକ ବେଜତା ହୋଇ ଓଡ଼ିଶା ପାଇଁ ଗୈାରବ ଆଣିଛନ୍ତି।ଏହା ସହିତ ଏସିଆ କ୍ରିଡ଼ା ପ୍ରତିଯୋଗିତା କୁ ମନୋନୀତ ହୋଇଛନ୍ତି।ଏହି ପ୍ରତିଯୋଗିତା ଆସନ୍ତା ଏପ୍ରିଲ ମାସରେ ହେବ ବୋଲି ସୁଚନା ମିଳିଛି । ଓଡ଼ିଶାରୁ ବାପି ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ତାମିଲନାଡ଼ୁର ବିଷ୍ଣୁ ଶ୍ରୀ ରୈପ୍ୟ ଏବଂ ତାମିଲନାଡୁର ଦେରୋମ ସାଞ୍ଜ ବ୍ରୋଜ ପଦକ ଜିତିଛନ୍ତି। ତେବେ ବାପିଙ୍କ ଏହି ସଫଳତା ଜିଲ୍ଲା ତଥା ରାଜ୍ୟ ପାଇଁ ଗୈାରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।