ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଦୀ ପଠାରୁ ୪୦ମିଟର ଛାଡି ମାତ୍ର ୦.୩ମିଟର ଗଭୀର ପର୍ଯ୍ୟନ୍ତ ବାଲି ଉଠାଇବାର ନିୟମ ଥିବା ସ୍ଥଳେ ଉକ୍ତ ଲିଜଧାରୀ ଏହାର ସମ୍ପୁର୍ଣ୍ଣ ଓଲଟା ଅର୍ଥାତ ନଦୀ ପଠାକୁ ଖୋଳି ଶହ ଶହ ଟ୍ରିପ ମାଟି ଓ ବାଲି ଖୋଳି ବିକ୍ରି କରୁଛନ୍ତି । ଫଳରେ ନଦୀ ଗର୍ଭରେ ୫୦ ରୁ ୬୦ ଫୁଟ ପର୍ଯ୍ୟନ୍ତ ଗଣ୍ଡ ସୃଷ୍ଟିହୋଇ କିଛି ଲୋକ ନଦୀରେ ଗାଧୋଇବା ସମୟରେ ବୁଡି ମୃତ୍ୟୁ ବରଣ କରୁଥିବାର ଅଭିଯୋଗ । ଦହପଡ଼ା , କଣ୍ଟାବଣିଆ, ଗମ୍ଭାରୀଆ, ଖେଜୁରପୁର, କାଳିପୁର, ଧରମପୁର, କସବା ଫୁଲୱାର ଅଂଚଳ ଉପରେ କେମିତି ବାଲି ଓ ମାଟି ମାଫିଆ ମାନେ ନଦୀପଠା ତାଡି ସୃଷ୍ଟି କରିଛନ୍ତି ବିରାଟ ବିରାଟ ଗଣ୍ଡ ଓ ଖାଲ । ହେଲେ ସ୍ଥାନୀୟ ଲୋକେ ଓ ରେମୁଣା ତହସିଲଦାର କଣ କହୁଛନ୍ତି ଶୁଣନ୍ତୁ।
ବାରମ୍ବାର ବାଲି ଓ ମାଟି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଚିରାଚରିତ ବୟାନ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟିକରିବା ସ୍ୱାଭାବିକ। ତେବେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ମାଫିଆଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହାକୁ ଅପେକ୍ଷା।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...