ଅର୍ଗସ ବ୍ୟୁରୋ : ଦ୍ଵିତୀୟ ଥର ପାଇଁ ରାତିରେ ପୁଣି ବାହାନଗା ଷ୍ଟେସନରେ ପହଁଚିଲା ସିବିଆଇର ଏକ୍ସପଟ ଟିମ୍ l ଷ୍ଟେସନରେ ଥିବା ପେନାଲ ବୋଡକୁ ଟେକ୍ନିକାଲି କୌଣସି ଟେମ୍ପରିଙ୍ଗ ହୋଇଛି କି ନାହିଁ ତାହାର ଅଧିକ ଖୋଳତାଡ଼ କରିଥିଲା ଏହି ଟିମ । ଦିନ 11ଟା ସମୟରେ ସିବିଆଇର ଦଶ ଜଣିଆ ଟିମ ଦୁଇଘଣ୍ଟା ଧରି ଖୋଳତାଡ଼ କରି ଫେରି ଯାଇଥିବା ବେଳେ ରାତିରେ ପୁଣି ସିବିଆଇର ଟେକ୍ନିକାଲ ଏକ୍ସପଟ ଟିମ ଆସି ଷ୍ଟେସନ ମେନେଜରଙ୍କ କାର୍ଯ୍ୟାଳୟରେ ଥିବା ପେନାଲ ବୋଡ଼ ଏବଂ ଅପ ଲାଇନରୁ ଲୁପ ଲାଇନର ଟ୍ରାକକୁ ଦେଖିଥିଲେ । ଦିନ ବେଳା ଦୁଇ ଘଣ୍ଟା ତଦନ୍ତ ପରେ ପୁଣି ସିବିଆଇର ଟେକ୍ନିକାଲ ଏକ୍ସପଟ କୌଣସି ସୁରାକ ପାଇ ରାତ୍ରିରେ ତଦନ୍ତ କରିବା ରେଳ ଟ୍ରାଜେଡିର ଷଡଯନ୍ତ୍ରର ସନ୍ଦେହ ଆହୁରି ବଢ଼ାଇ ଦେଇଛି ।
କୋରାପୁଟ: ରାସ୍ତା ନୁହେଁ ତ ମରଣଯନ୍ତା । ନବୀନଙ୍କ ଓଡ଼ିଶାରେ ନବୀନ ରାସ୍ତା । ବୈପାରୀଗୁଡା ବ୍ଲକ ହାଳଦିକୁଣ୍ଡ ପଞ୍ଚାୟତ କେନ୍ଦୁଗୁଡାରୁ ଡାଙ୍ଗରୀଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତା । ଚାରିଖଣ୍ଡ ଗାଁର ଗ୍ରାମବାସୀଙ୍କ ଇୟେ ହେଉଛି ନିତି ଦିନିଆ ରାସ୍ତା । ଖଟିଆରେ ବୁହା ହୁଅନ୍ତି ରୋଗୀ । ଗାଁ ଗାଁର ବିକାଶର କଥା କହୁଥିବା 23 ବର୍ଷର ସ୍ଥିର ସରକାରଙ୍କର ଇୟେ ହେଉଛି ଅସଲ ମୁଖା । ରାସ୍ତା ଖଣ୍ତେ ପାଇଁ ଗୁହାରି କରି କରି ଥକି ଗଲେଣି ଗ୍ରାମବାସୀ । ରାସ୍ତା ଦେଇ ପ୍ରତିଦିନ ଶହ ଶହ ପିଲା, ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।
ଏ ରାସ୍ତା ଉପରେ ଗାଡ଼ି ଚାଲିବା ଦୂର କଥା । ଚାଲି ଚାଲି ଗଲେ ମଧ୍ୟ ପ୍ରତି ପାଦରେ ବିପଦ । ଚାଷ ଜମି, ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ । ଗୋଟେ ପଟେ ବନ୍ୟ ଜନ୍ତୁଙ୍କ ଭୟ, ଅନ୍ୟ ପଟେ ଘରେ ଚୁଲି ନ ଜଳିବାର ଆଶଙ୍କା । ବିକାଶ ଏଠି ବାଟବଣା । ଏନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି । କିନ୍ତୁ ମିଳିଛି କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ନିର୍ବାଚନ ସମୟରେ ଭୋଟ ବ୍ୟାଙ୍କ ହାତେଇବା ନିମନ୍ତେ ମାଳ ମାଳ ନେତାଙ୍କ ଲମ୍ବା ଲାଇନ ଲାଗେ । କିନ୍ତୁ ଦୁଃଖ ସମୟରେ ପାଖରେ କେହି ମଧ୍ୟ ନ ଥାଆନ୍ତି । ତେବେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୁମ୍ଭ କର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ତାହା କେବଳ ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏମିତିକି କେନ୍ଦ୍ରର ଅନେକ ଲୋକାଭିମୁଖୀ ଯୋଜନାକୁ ଏଡ଼ାଇ ନିଜର ସ୍ବତନ୍ତ୍ର ଯୋଜନା ଚଲାଉଛନ୍ତି । ହେଲେ ଏତେ ସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାରେ ଫେଲ୍ ମାରିଛନ୍ତି ସରକାର । ରାଜ୍ୟରେ ଶିଶୁ ମୃତ୍ୟୁ ରୋକିବାରେ ଫେଲ୍ ମାରିଛି ସ୍ବାସ୍ଥ୍ୟ ବିଭାଗ । କଟକ ମହାନଗର ନିଗମ ଅଧୀନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ତଥ୍ୟ ଅନୁଯାୟୀ ମାତ୍ର ୨୦ ମାସରେ ଗଲାଣି ୩ ହଜାର ଶିଶୁଙ୍କ ଜୀବନ । ୨୦୨୨ ରୁ ୨୦୨୩ ଗୋଟିଏ ବର୍ଷ ମଧ୍ୟରେ ୩୪୮୭ ଜଣ ଶିଶୁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସୁବିଧାର ବଞ୍ଚିତ ହୋଇ ଜୀବନ ହାରିଛନ୍ତି । ଅର୍ଥାତ ପ୍ରତିଦିନ ୫ ରୁ ୬ ଜଣ ଶିଶୁଙ୍କ ଜୀବନ ଯାଉଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି କଟକ ନଗର ମହିଳା ମୋର୍ଚ୍ଚା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶିଶୁ ମୃତ୍ୟୁର କାରଣ ଏବଂ ଏହାକୁ ରୋକିବା ପାଇଁ ଶିଶୁ ଭବନ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବି ପତ୍ର ଦେଇଛନ୍ତି । ଏଥି ସହ ଯଦି ଆଗାମୀ ଦିନରେ ଶିଶୁ ମୃତ୍ୟୁ ହାର କମ କରିବାରେ ରାଜ୍ୟ ସରକାର ସଫଲ ନହୁଅନ୍ତି ତେବେ ବିଜେପି ରାସ୍ତାକୁ ଓହ୍ଲାଇ ଏହାର ଜବାବ ମାଗିବ ବୋଲି ଚେତାବନୀ ଦେଇଛନ୍ତି । ଗୋଟଏ ପଟେ ରାଜ୍ୟରେ କମୁନି ଶିଶୁ ମୃତ୍ୟୁ ହାର ସେଇଠି ରାଜ୍ୟର ଏକ ମାତ୍ର ପ୍ରମୁଖ ଶିଶୁ ଚିକିତ୍ସା ପ୍ରତିଷ୍ଠାନ ଶିଶୁ ଭବନର ଅବହେଳିତ ଚିତ୍ର ସାମ୍ନାକୁ ଆସିଛି । ଚିକିତ୍ସା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଶିଶୁ ଆସୁଥିବା ବେଳେ ପାଇପାରୁନାହାନ୍ତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ।
ଶିଶୁଭବନରେ ମାତ୍ର ୪୧୨ଟି ବେଡ଼ ରହିଛି । ସେହିପରି icu ସହ SNCUର ବେଡ଼ ମଧ୍ୟ ଯଥେଷ୍ଟ କମ ରହିଛି । ଏପଟେ ମାସେରୁ ଅଧିକ ସମୟ ହେଲାଣି ଶିଶୁ ଭବନର ଜି୭ ବିଲ୍ଡିଂ କାମ ହୋଇସାରିଥିଲେ ବି ଲୋକାପର୍ଣ ହୋଇପାରୁନି । ଆବଶ୍ୟକୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀ ଓ ମେଡ଼ିକାଲ ଉପକରଣ ନଥିବାରୁ ଏହି ବିଲ୍ଡିଂର ଲୋକାର୍ପଣ ହୋଇ ପାରୁନାହିଁ । ମହାନଗରନିଗମ ତଥ୍ୟ ଅନୁଯାୟୀ ୨୦୨୨ ଜାନୁଆରୀରୁ ଡିସେମ୍ବର ଭିତରେ ୨୩୬୯ ଶିଶୁଙ୍କର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ୨୦୨୩ ଜାନୁଆରୀରୁ ଅଗଷ୍ଟ ମାସ ମଧ୍ୟରେ ୧୧୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରୀ ମାସରେ କେବଳ ୧୫୬ ଶିଶୁ ପ୍ରାଣ ହରାଇଥିବା ବେଳେ ଅଗଷ୍ଟରେ ଏହା ୧୬୨ରେ ପହଁଞ୍ଚିଛି ।
ନୂଆପଡ଼ା: ବାଟବଣା ପ୍ରାକ୍ ଶିକ୍ଷା । ଅଙ୍ଗନୱାଡ଼ି କେନ୍ଦ୍ରରେ ଲାଗିରହିଛି ଅବ୍ୟବସ୍ଥା । ଭଙ୍ଗା ଦଦରା ଘରେ ବସିବାକୁ ବାଧ୍ୟ ହେଉଛନ୍ତି ପିଲା । ନାହାନ୍ତି ଅଙ୍ଗନୱାଡ଼ି କର୍ମୀ, ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ । ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢ଼ା । ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବାକୁ ଦାବି କରାଯାଇଛି । ଅଙ୍ଗନୱାଡ଼ି ଗୃହ ବିପଦ ସଙ୍କୁଳ ହୋଇଥିବାରୁ ଭଙ୍ଗା ଦଦରା ଘରେ ପଢିବାକୁ ବାଧ୍ୟ ହେଉଛନ୍ତି ଗଡ଼ଗଡ ଟେଟେଙ୍ଗ ପଡ଼ା ଗାଁର ଛୋଟ ଛୋଟ ପିଲା । ସ୍ଥାୟୀ କେନ୍ଦ୍ର ଥିଲେ ସୁଦ୍ଧା ସ୍ବଚ୍ଛତା ଏବଂ ରୋଷେଇ ଗୃହ ନଥିବାରୁ ଗୋଟିଏ ପୁରୁଣା ଗୃହରେ ଚାଲିଛି ଭବିଷ୍ୟତ ଗଢା ।
ସ୍ଥାୟୀ କେନ୍ଦ୍ର ଥୁଲେ ସୁଦ୍ଧା ପୁରୁଣା ଘର ହୋଇ ଥିବାରୁ 33 ଜଣ କୁନି କୁନି ପିଲା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ବର୍ଷା ଦିନେ ସବୁବେଳେ ଛାତରୁ ପାଣି ଝରୁଥିବାରୁ ପାଠ ପଢିବାରେ ଅସୁବିଧା ହେଉଥିବା କହିଛନ୍ତି ଅଭିଭାବକ ମାନେ । ଏପଟେ ନୂଆପଡ଼ା ଉପଜିଲ୍ଲାପାଳ ଙ୍କୁ ପଚାରିବାରୁ , ଆମେ ସରକାରଙ୍କୁ ଏ ବିଷୟରେ ଜଣାଇବୁ ଏବଂ ଯଥାଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି କହିଛନ୍ତି । ଶିଶୁଙ୍କ ପାଇଁ କେବେ ଯେ ସରକାର ଚିନ୍ତା କରିବେ ଆଉ ଯଥା ଶୀଘ୍ର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର