ଅଧିକ ପଢନ୍ତୁ : ଷ୍ଟେସନରେ ତାଙ୍କ ବାଟ ଚାହିଁ ବସିଛି; ସେ ଆସିଲେ, ହେଲେ ମତେ ଚାହିଁଲେନି...
ମିଳିଥିବା ସୂଚନା ଅନୁସାରେ କିଛି ଅଧିକାରୀ ଓ କର୍ମଚାରୀଙ୍କ ଫୋନ ଜବତ କରିଛି ସିବିଆଇ । ସେମାନଙ୍କ କଲ ଡିଚେଲସ ବି ଯାଞ୍ଚ ହେଉଛି । ଦୁର୍ଘଟଣା ପୂର୍ବରୁ ଏମାନେ କାହା ସହ କଥା ହୋଇଥିଲେ ଚାଲିଛି ତାର ଖୋଳତାଡ । ଷଡଯନ୍ତ୍ର ଦିଗରେ ତଦନ୍ତକୁ ଜୋରଦାର କରିଛି ସିବିଆଇ ।
ଗତ ଶୁକ୍ରବାର ବାଲେଶ୍ବର ବାହନଗାରେ ହୋଇଥିଲା ଭୟଙ୍କର ଦୁର୍ଘଟଣା । ଲୁପ୍ ଲାଇନରେ ଥିଲା ଲୁହାପଥର ବୋଝେଇ ମାଲଗାଡି । ଯାହାର ଓଜନ ଥିଲା ପ୍ରାୟ 6 ହଜାର ଟନ୍ । ଅପ ଲାଇନ ପାଇଁ କରମଣ୍ଡଳକୁ ଥିଲା ଗ୍ରୀନ ସିଗନାଲ୍ । ହଠାତ୍ ଅପଲାଇନରୁ ଲୁପ ଲାଇନକୁ ଚାଲିଆସିଲା 128 କିଲୋମିଟର ପ୍ରତିଘଣ୍ଟା ବେଗରେ ଥିବା କରମଣ୍ଡଳ ଏକ୍ସପ୍ରେସ । ପିଟିହେଲା 6 ହଜାର ଟନ୍ ଲୁହାପଥର ଥିବା ମାଲଗାଡି ସହ । କେମିତି ଲୁପ ଲାଇନକୁ ଚାଲିଆସିଲା ଟ୍ରେନ୍, ଏହା ପଛରେ ରହିଛି କି ବଡ଼ ଷଡଯନ୍ତ୍ର, ଲୁହାପଥର ବୋଝେଇ ମାଲଗାଡି ସହ ଧକ୍କା କରାଇବା ଥିଲା କି ଉଦ୍ଦେଶ୍ୟ। ସିଗନାଲ ସିଷ୍ଟମରେ ଟାମ୍ପରିଂ ହୋଇଥି୍ବା ସନ୍ଦେହ କରୁଛନ୍ତି ପୂର୍ବତଟ ରେଳପଥର ଡିଆରଏମ୍ ।