ଆଧୁନିକ ଯୁଗ ରେ ବି କିଛି ପାରମ୍ପରିକ ସମଗ୍ରୀ ମେଳା ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ତାର ବି ବେଶ ଚାହିଦା ରହିଛି। ଖାସ କରି ଆଠଗଡ଼ ଟିଗିରିଆ ଝାଡୁ , କୁଲା ବାଉଁସିଆ ର ଚାହିଦା ରହିଛି ଅନ୍ୟ ମେଳା ଅପେକ୍ଷା ବାଲିଯାତ୍ରା ରେ ଏ ସବୁ ସମଗ୍ର ଭଲ ବେବଶାୟୀ ହୋଇଥାଏ । ସେହିପରି ମୁଗୁନି ପଥର ରେ ତିଆରି ହୋଇଥିବା ଚକେଇ ଶୀଳ ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି ।
କଥାରେ ଅଛି ଓଡ଼ିଆର ମନ ପଖାଳ କଂସା ରେ। ଆଉ ପଖାଳ ସହ ଯଦି ଶୁଖୁଆ ଟିକେ ମିଳିଗଲା ତାହେଲେ ତ ଖାଇବା ର ମଜା ଆସିଯାଇଥାଏ। ଖାଲି ଗାଁ ଗାଉଁଲୀ ଲୋକ କାହିଁକି ସହରର ଲୋକମାନେ ଶୁଖୁଆକୁ ବେଶ ପସନ୍ଦ କରିଥାନ୍ତି।
ଆଉ ଲୋକଙ୍କ ଚାହିଦା ଦେଖି ଖଙ୍ଗା, ଇଲିସି, କୋକିଳ, ପାଣିଆଖିଆ ଚିଙ୍ଗୁଡ଼ି , ଭଳି 24 ପ୍ରକାରର ଶୁଖୁଆ ର ପସରା ମେଳିଛି ବାଲିଯାତ୍ରା ପଡିଆରେ। ପ୍ରତିଦିନ ଏହି ଶୁଖୁଆ ବ୍ୟବସାୟୀଙ୍କ ପାଖରେ ଲାଗୁଛି ଭିଡ। ବାଲିଯାତ୍ରା ରେ ବୁଲା ବୁଲି ସହ କିଣା କିଣି ର ମଜା ନେଉଛି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲୋକେ।