ଯାଜପୁର: ପଣସୁଧାରେ ଦୁଇ ବିଜେଡି ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଭ୍ୟାନ ପୋଡ଼ି ଘଟଣାରେ ନିଲମ୍ବିତ ହୋଇଛନ୍ତି ବାଲିଚନ୍ଦ୍ରପୁର ଥାନା ଏଏସଆଇ । ଦାୟିତ୍ୱରେ ଅବେହଳା ପାଇଁ ଏସ.ଆଇ ମନୋଜ ପଣ୍ଡାଙ୍କୁ ନିଲମ୍ବିତ କରିଛନ୍ତି ଯାଜପୁର ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ରାହୁଲ ପି.ଆର ।
ଗତ ୨୮ ତାରିଖରେ ତାଙ୍କୁ କାଳିଆପାଣି ଥାନାକୁ ବଦଳି କରାଯାଇଥିଲା । ଗୋଷ୍ଠୀ ସଂଘର୍ଷ ସମୟରେ ଆଇଆଇସିଙ୍କ ଅନୁପସ୍ଥିତ କାରଣରୁ ଶ୍ରୀଯୁକ୍ତ ପଣ୍ଡା ଥାନା ଦାୟିତ୍ବରେ ଥିଲେ । ପଣସୁଧା ଛକରେ ବଡ଼ଚଣା ବିଜେଡି ବିଧାୟକଙ୍କ ଦୁଇ ଗୋଷ୍ଠୀ ନାଣ୍ଡୁ ଓ ମିଟୁଆଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ସମୟରେ ଏସ.ଆଇ ମନୋଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଭ୍ୟାନରେ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।
ପଣ୍ଡାଙ୍କ ସାମ୍ନାରେ ଦୁଇ ଗୋଷ୍ଠୀ ବାଡ଼ିଆ ପିଟା ହେବା ସହ ପୋଲିସ ଭ୍ୟାନକୁ ପୋଡିବା ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଇ ନଥିଲେ। ଘଟଣାସ୍ଥଳରେ ଏସ. ଆଇ ପଣ୍ଡା ଉପସ୍ଥିତ ଥିଲେ ମଧ୍ୟ କୌଣସି କାର୍ୟ୍ୟନୁଷ୍ଠାନ ନେଇ ନଥିଲେ ।