ଜାତୀୟ ରାଜପଥ ପାର୍ଶ୍ବରେ ଲମ୍ବା ଲାଇନରେ ଗାଡ଼ି ମୋଟର ଅଟକି ରହୁଛି। ଘନ କୁହୁଡ଼ି ଓ ଶୀତର ପ୍ରଭାବ ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ଅଞ୍ଚଳରେ ଜାତୀୟ ରାଜପଥ ସଂଲଗ୍ନ ବଜାର ଗୁଡ଼ିକ ଫାଙ୍କା ଫାଙ୍କା ଲାଗୁଛି। ଘନ କୁହୁଡ଼ି ଯୋଗୁ ୫୯ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ବସ କର୍ମକର୍ତ୍ତା ଓ ଅଞ୍ଚଳବାସୀ ।
ଗ୍ରାମାଞ୍ଚଳର ଲୋକମାନେ ନିଆଁର ସାହାରା ନେଉଥିବା ବେଳେ ବାଲିଗୁଡ଼ା ସହର ବାସି ଖେଳକୁଦ ଓ ବ୍ୟାୟାମ କରି ଶୀତ ଦାଉରୁ ନିଜକୁ ସୁରକ୍ଷିତ ରଖୁଛନ୍ତି। ଶୀତ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ପର୍ଯ୍ୟଟକ ମାନଙ୍କ ଆଗମନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।