ନିଆରା ଢଙ୍ଗରେ ପୂଜା ପାଉଛି ବାଉଁଶ
by Manini Pattanayak
ଖୋର୍ଦ୍ଧା: ବୈଜ୍ଞାନିକ ଯୁଗରେ ଆଜି ବି ପୂଜା ପାଉଛି ବାଉଁଶ ବା ନଳ l ଗ୍ରାମର ଚାଷ,ଚାଷୀ ଏବଂ ପଶୁ ମାନଙ୍କ ସୁସ୍ଥ ଏବଂ ଅଧିକ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଗଞ୍ଜାମ ଜିଲ୍ଲା ର ଆସିକା ବ୍ଲକ ନିମିନା ପଂଚାୟତ ରେ ନିଆରା ଢଙ୍ଗରେ ଗିରି ପୂଜା ବା ନଳ ଯାତ୍ରା ପାଳିତ ହେଉଛି l ଆସିକା ବ୍ଲଜ ଅନ୍ତର୍ଗତ ନିମିନା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୀତିନୀତି ଅନୁସାରେ ନଳ ଯାତ୍ରା ବା ଗିରିପୂଜା ଅନୁଷ୍ଠିତ ହୋଇଯାଇଛି l ଚଳିତ ଭାଦ୍ରବ ମାସ ଶୁକ୍ଲପକ୍ଷ ମଙ୍ଗଳବାର ରେ ନିମିନା ଗ୍ରାମ ରେ ବିଜେ ରତନେଇ ଠାକୁରାଣୀ, ରଙ୍ଗ ଚିଟିଆ ପାହାଡ଼ ର ପାଦ ଦେଶରେ ପୂଜା ପାଉଥିବା କାନ୍ଧୁଣି ଦେବୀ, ଗିରି ଉପରେ ବିଜେ ବନ ଦୁର୍ଗା ପାଖରେ ମାଜଣା,ପୂଜା, ହୋମ ଉପଚାର ପୂଜା କରାଯାଇଛି l
ଗ୍ରାମର ପଣ୍ଡିତଙ୍କ ଦ୍ୱାରା ପୂଜା, ହୋମ ଯଂଜ୍ଞ ଅନୁଷ୍ଠିତ ହୋଇଥାଏ l ବାଜା ବାଜଣା ରେ ତିନି ଗୋଟି ନୂତନ ନଳ କୁ ଗ୍ରାମ ପରିକ୍ରମା ହୁଏ l ଗ୍ରାମ ରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି l ତେଣୁ ଚାଷ ର ଉନ୍ନତି, ପଶୁ ପକ୍ଷୀ ରୋଗ ପୋକ ରୁ ନିୟତ୍ରଣ, ଚାଷ କ୍ଷେତ୍ରରେ ରୋଗ ନିୟନ୍ତ୍ରଣ, ଗ୍ରାମର ସାମଗ୍ରିକ ଉନ୍ନତି, ଶାନ୍ତି ପ୍ରତିଷ୍ଠା ସକାଶେ ପ୍ରତିବର୍ଷ ଏଭଳି ନଳଯାତ୍ରା ଅନୁଷ୍ଠିତ ହୋଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର