ମହାପ୍ରଭୁଙ୍କୁ ହିଙ୍ଗୁଳ, ହରିତାଳ, ଶଙ୍ଖ, କଳା, କସ୍ତୁରୀ ଆଦି ବିଭିନ୍ନ ପାରମ୍ପରିକ ପ୍ରସାଧନ ସାମଗ୍ରୀରେ ପ୍ରସ୍ତୁତ ରଙ୍ଗରେ ମହାପଙ୍କ ଶ୍ରୀମୁଖ ଚମକି ଉଠିବ। ବନକଲାଗି ପରେ ଚକାଆଖିକୁ ଦେଖି ଭକ୍ତମାନେ ବେଶ୍ ବିଭୋର ହୋଇଯାଆନ୍ତି। ବନକଲାଗି ନିତିକୁ ଦତ୍ତମହାପାତ୍ର ସେବକ ମାନେ ଏତେ ନିଷ୍ଠା ଓ ସମର୍ପଣ ଭାବ ନେଇ କରିଥାନ୍ତି ଯେ ଥରେ ଯେଉଁ ଭକ୍ତ ଚକାଆଖିକୁ ଦର୍ଶନ କରେ ସେ ମହାପ୍ରଭୁଙ୍କ ସହ ଜନ୍ମ ଜନ୍ମାନ୍ତର ଯୋଡି ହୋଇଯାଏ।
ଆଜି ବନକଲାଗି ପାଇଁ ପ୍ରାୟ ତିନିଘଣ୍ଟାର ନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ପ୍ରାୟ ଘ.୫.୦୦ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।