ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣା ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା । ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଣପୁର ମେଡିକାଲ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଗୁରୁତର ଥିବା ରାଜେଶ ପ୍ରଧାନଙ୍କ ମା' ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଣପୁର ପୋଲିସ ଆକ୍ସନ ମୁଡକୁ ଆସିଥିଲା । ତପନ ପାଇକରାୟ ନାମକ ଜଣେ ଆକ୍ରମଣକାରୀକୁ ଗିରଫ କରିଛି ବାଣପୁର ପୋଲିସ । ଗିରଫ ଅଭିଯୁକ୍ତ ଠାରୁ ଗୋଟିଏ ଛୁରୀ ଜବତ କରିଛି ପୋଲିସ । ଗିରଫ ଭୟରେ ଅନ୍ୟ ଅଭିଯୁକ୍ତ ମାନେ ଆତ୍ମ ଗୋପନ କରିଥିବା ପୋଲିସ ସୂଚନା ଦେଇଛନ୍ତି ।