ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଜିଲ୍ଲାର ଚାନ୍ଦିପୁର, ବଲରାମଗଡି, ଗଳାପୋଲ, ପରଖି, ବହାବଳପୁର, ଭୋଗରାଇ, ତାଳସାରି ସହିତ ସହରର ବି ଅନେକ ଅଞ୍ଚଳରେ ଜବର ଦଖଲ କରି ସେମାନଙ୍କର ସଂଖ୍ୟା ବଢାଇଚାଲିଛନ୍ତି । ସେମାନକୁ ଭୋଟ ବ୍ୟାଙ୍କ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି ଅଣାଦେଖା କରୁଥିବା ଅଭିଯୋଗ । ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ସରକାର ଏଥିପ୍ରିତ ଦୃଷ୍ଟି ନଦେଲେ ଆଗାମୀ 5ବର୍ଷରେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟରେ ୩୭୪୦ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଇଥିବା ବେଳେ ୧୭୧୧ ଜଣଙ୍କୁ ନୋଟିସ ଦିଆଯାଇ ମାତ୍ର ୨୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରୁ ରାଜ୍ୟ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ କେତେ ମେହରବାନ ତାର ସ୍ପଷ୍ଟ ପ୍ରମାଣ ମିଳୁଛି । ୨୦୨୧ ଜୁଲାଇରେ କଲିକତାରୁ ଗିରଫ ହୋଇଥିବା ଜମାତ-ଉଲ-ମୁଜାହିଦ୍ଦିନ ବାଙ୍ଗଲାଦେଶ ବା ଜେ-ଏମ-ବି ଆତଙ୍କବାଦୀ ସଙ୍ଗଠନର ଦୁଇ ସଦସ୍ୟଙ୍କ ଓଡ଼ିଶା ଲିଙ୍କ ସାମ୍ନାକୁ ଆସିଥିଲା । ସେହିପରି ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ ପଛରେ ବି ବାଂଲା ଅପରାଧୀଙ୍କ ହାତ ଥିବା ସହ ମାଷ୍ଟର ମାଇଣ୍ଡ ବାଂଲାଦେଶ ପଳାଇଥିବା କମିଶନରେଟ ପୋଲିସ ଜାଣିବାକୁ ପାଇଥିଲା । କେନ୍ଦ୍ରପଡାରେ ବି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢି ଚାଲିଥିବାରୁ ରାଜ୍ୟ ଓ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ।
ରାଜ୍ୟ ସରକାରଙ୍କ ଅନୁସାରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ୪ ହଜାରରେ ସୀମିତ ଥିଲାବେଳେ ବେସକରାରୀ ତଥ୍ୟ ଅନୁସାରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ବାଂଲାଦେଶୀ ରହିଛନ୍ତି । ଯେଉଥିରେକେବଳ ରାଜଧାନୀ ଭୁବନେଶ୍ବରରେ ସଂଖ୍ୟା ୨୦ ହଜାରରୁ ଅଧିକ ଥିବା ସୂଚନା । ଏହା କେବଳ ରାଜ୍ୟ ନୁହେଁ ଦେଶର ସୁରକ୍ଷା ପ୍ରତି ସତର୍କଘଣ୍ଟି ହୋଇଛି ।