ଶନିବାର ୭୭ ବର୍ଷ ବୟସରରେ ତାଙ୍କ ପରଲୋକ ଘଟିଛି। ଚେନ୍ନଇ ନାନଗାମ୍ବାକମ୍ସ୍ଥିତ ଘରୁ ବାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କପାଳରେ ଆଘାତ ଲାଗି ତାଙ୍କ ମୃତ୍ୟୁ ଘଟିଥିବା ତାମିଲନାଡୁ ପୁଲିସ କହିଛି। ତଥାପି ବାଣୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏକ ମାମଲା ରୁଜୁ କରାଯାଇଛି।
ସେ ହିନ୍ଦୀ ବ୍ୟତୀତ ତାମିଲ, ତେଲଗୁ, କନ୍ନଡ, ମାଲିୟାଲମ୍, ଉର୍ଦୁ, ମରାଠି, ବେଙ୍ଗଲି, ଭୋଜପୁରୀ, ଟୁଲୁ ଓ ଓଡ଼ିଆ ଭାଷାରେ ଗୀତ ଗାଇଥିଲେ। ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ ଓ ଓଡ଼ିଶା ସରକାରଙ୍କ ଦ୍ବାରା ସେ ଅନେକ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ପୁରସ୍କୃତ ହୋଇଛନ୍ତି।
ନିଜ ୫୦ ବର୍ଷର କ୍ୟାରିୟର୍ରେ ବାଣୀ ୧୦ହଜାରରୁ ଅଧିକ ଗୀତ ଗାଇଛନ୍ତି। ୧୯୭୧ ମସିହାରେ ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା। ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ। ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍ଖ ମହୁରୀ’ରେ ଓଡ଼ିଆ ସଙ୍ଗୀତରେ ପାଦ ଥାପିଥିଲେ। ‘ଶେଷ ଶ୍ରାବଣ’, ‘ବଳିଦାନ’, ‘ତପସ୍ୟା’, ‘ଶଙ୍ଖା ସିନ୍ଦୂର’, ସତୀ ଅନୁଶୟା ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି। ୧୯୮୧ରେ ନିର୍ମିତ ‘ଦେବଯାନୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
ତାଙ୍କ ଆବର୍ତ୍ତମାନରେ ଆଜି ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।