ବିଭିନ୍ନ ସମୟରେ ସେ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା କଥା ମଧ୍ୟ ପରିବାର ଲୋକ କହିଥିଲେ । ଏଣୁ ଏହାକୁ ଆଧାର କରି ସୁବର୍ଣ୍ଣପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ଆତ୍ମହତ୍ୟାର କାରଣ ନ୍ୟୁଡ କଲ ହୋଇଥିବା ପୋଲିସ ଜାଣିବାକୁ ପାଇଛି ।
ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଞ୍ଜନଙ୍କୁ ନ୍ୟୁଡ କଲ୍ କରି ବ୍ଲାକମେଲ କରିବା ସହ ୪୦ ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।