କାହା ହାତରେ ତ୍ରିରଙ୍ଗା ତ କାହା ମୁହଁରେ ତ୍ରିରଙ୍ଗା ପୁଣି କାହା ଦେହରେ ତ୍ରିରଙ୍ଗା । ଏଇଥିରୁ ହିଁ ଠିକ୍ ବାରି ହେଉଥିଲା କେମିତି ବାରବାଟୀ ମୁହାଁ ଥିଲା ହଜାରହଜାର କ୍ରିକେଟ୍ ଫ୍ୟ।ନଙ୍କ ଦେହ, ମନ ଓ ପ୍ରାଣ । ଅଢ଼େଇ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କ୍ରିକେଟ୍ ଫେରିଥିବାରୁ ନିଜର କ୍ରିକେଟିଂ ହିରୋଙ୍କୁ ଚିୟର କରିବା ପାଇଁ ଆଜି ଦିନ ଦ୍ବିପହର ପର ଠାରୁ ଜନସମୁଦ୍ର ପାଲଟିଯାଇଥିଲା ଷ୍ଟାଡିୟମର ଚତୁଃପାର୍ଶ୍ବ । ଟିକେଟ୍ ଧରି ଗ୍ୟାଲେରୀରେ ଏଣ୍ଟ୍ରି କରିବାରୁ ଦର୍ଶକେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ ବି ସମସ୍ତଙ୍କ ମନରେ ଥିଲା ଭରପୂର ଜୋଶ ଓ ଉତ୍କଣ୍ଠା । ବିରାଟ, ରୋହିତ, ରାହୁଲ, ବୁମରାହଙ୍କ ପରି ବଡ଼ ଖେଳାଳିଙ୍କୁ ମିସ୍ କରିଥିଲେ ମଧ୍ୟ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା, ଜିତିବ ଇଣ୍ଡିଆ ।
ୟାଙ୍କୁ ଦେଖନ୍ତୁ । ଏ ହେଉଛନ୍ତି ଗଞ୍ଜାମର ବ୍ରହ୍ମାନନ୍ଦ ଆଚାର୍ଯ୍ୟ । ହିଂସା, ଦ୍ବେଷ ଭୁଲି ଘୃଣା ରୂପକର ଆକାଶର ଛାତିକୁ ଚିରି ଶାନ୍ତି, ପ୍ରୀତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟିବା ପାଇଁ ସମସ୍ତଙ୍କୁ କରୁଛନ୍ତି ଅପିଲ । ସେହିପରି 2015ରେ ଘଟିଥିବା ବୋତଲ ଫିଙ୍ଗା ଘଟଣା ପରେ ବାରବାଟୀ ନିନ୍ଦିତ ହୋଇଥିବାରୁ କିଛି ଫ୍ୟାନ ସରି ଅପିଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
4ଟା 50ରେ ଉଭୟ ଦଳର ଖେଳାଳି ଷ୍ଟାଡିୟମ ଅଭିମୁଖେ ଯାଇ ସାଢ଼େ 5ରେ ଷ୍ଟାଡିୟମରେ ପହଞ୍ଚିଥିଲେ । ଆଜିର ମ୍ୟାଚ୍ ପାଇଁ ବାରବାଟୀରେ ନୂଆ ଫ୍ଲଡ୍ ଲାଇଟ୍ ସାଙ୍ଗକୁ ଆଉଟଫିଲ୍ଡ, ଡ୍ରେସିଂ ରୁମ, ଗ୍ୟାଲେରୀ ସବୁ ନୂଆ ରୂପ ଦିଆଯାଇଛି ।