ଏସବୁ ଭିତରେ ସେ କିନ୍ତୁ କଂଗ୍ରେସରେ ଅଛନ୍ତି, ରହିବେ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଆଇଡୋଲୋଜି ସହ ଅଛି । ଅନ୍ୟ ଦଳକୁ ଯିବା ନେଇ କେବଳ ଚର୍ଚ୍ଚା ହେଉଛି । ମୁଁ ମାଟିର ଝିଅକୁ ଭୋଟ ଦେବା ନିଷ୍ପତ୍ତି ନେଇ ଭୁଲ କରିନି ବୋଲି ପୁଣି ଆଜି ଦୋହାରାଇଛନ୍ତି ମୋକିମ୍ । କିଏ କଣ କହିଛନ୍ତି ଜାଣିନି । ଏ ପ୍ରସଙ୍ଗରେ ଦଳୀୟ ଫୋରମ୍ ରେ ଆଲୋଚନା କରିବେ ବୋଲି ମୋକିମ୍ କହିଛନ୍ତି ।
ସେପଟେ ବିଧାୟକ ତାରା ବାହିନୀପତି ତାଙ୍କୁ କାଉଣ୍ଟର କରିଛନ୍ତି । ମାଟି କଥା ବୋଲି କଣ ବିହାରର ସମସ୍ତ ବିଜେପି ବିଧାୟକ ଓ ସାଂସଦ ୟଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ମୋକିମ୍ ଭୁଲ୍ କରିଥିବା କହିଛନ୍ତି ତାରା ।