କଟକୀ ବରକୁ କନକପୁରର କନିଆ
ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁର ପ୍ରାୟ 3ଶହ ବୁଣାକାରଙ୍କୁ ମିଳିଲା ପରିଚୟପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 2016 ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ସମ୍ବଲପୁରୀ ବସ୍ତ୍ର ତିଆରି କରୁଥିବା ମହିଳା ଓ ପୁରୁଷମାନଙ୍କୁ ତିନିଦିନିଆ ତାଲିମ ଶିବିରରେ ଟ୍ରେନିଂ ଦିଆଯାଇଥିଲା ।
ତାଲିମ ପରେ ସେମାନଙ୍କୁ ପ୍ରମାଣପତ୍ର, ପରିଚୟପତ୍ର, ଅଢେଇ ଲକ୍ଷର ଜୀବନ ବୀମା ପ୍ରଦାନ କରାଯାଇଛି । ବୁଣାକାରମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ ଦେଶବିଦେଶରେ ପହଞ୍ଚାଇବା ପାଇ ଏକ ରପ୍ତାନୀ କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ଜଣାପଡିଛି ।