ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ 10 ଅକ୍ଟୋବର 2018ରେ ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ମହାମହିମ ରାଜ୍ୟପାଳଙ୍କ କରକମଳରେ ଏହି କାରଖାନାର ହୋଇଥିଲା ଶିଳାନ୍ୟାସ ।ପ୍ରାୟ 70 ଏକର ଜମିରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ଲାଣ୍ଟ ସବୁଜ ଇନ୍ଧନକୁ ପ୍ରୋତ୍ସାହନ ଦେବ। ଏଥିରୁ ଦୈନିକ 100 କିଲୋ 1 ଜି ଓ 100 କିଲୋ ଟୁ ଜି ଇନାନଲ ଉତ୍ପାଦିତ ହେବ। ପାଳ ବା ନଡା ଓ ବଳକା ଚାଉଳରୁ ଇଥାନଲ ପ୍ରସ୍ତୁତ କରିବାରେ ଏହା ହେବ ଦେଶର ପ୍ରଥମ ପ୍ଲାଣ୍ଟ। ବରଗଡ଼ ଜିଲ୍ଲା ଏକ କୃଷିଭିତ୍ତିକ ଅଞ୍ଚଳ। ଏହାକୁ ଧ୍ୟାନରେ ରଖି ମୋଦି ସରକାର ଏହି ଐତିହାସିକ ନିଷ୍ପତି ନେଇଛନ୍ତି। ଆଗକୁ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗ ସମେତ ସୋନପୁରରେ ବି ନୂଆ ଇଥାନଲ କାରଖାନା ସ୍ଥାପନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
ଏହି ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ବରୋଜଗାରର ବଡ଼ ସୁଯୋଗ ସୃଷ୍ଟି ହେବ। ସେଥିପାଇଁ ଇଥାନଲ ଇଞ୍ଜିନିୟରିଂ, ଅର୍ଥନୀତି ଏବଂ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନରେ ରଖି ନୂତନ ଦକ୍ଷତା ଥିବା ମାନବ ସମ୍ବଳ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାପରେ ବଲାଙ୍ଗିର ପୃଥ୍ବୀରାଜ ହାଇସ୍କୁଲର ଇଣ୍ଡୋର ଷ୍ଟାଡିଅମର ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଗେଲ ଇଣ୍ଡିଆ ସହଯୋଗରେ ନିର୍ମିତ ଏହି ଷ୍ଟାଡ଼ିଅମର 14 ଜୁନ 2019ରେ ଶିଳାନ୍ୟାସ କରିଥିଲେ ଧର୍ମେନ୍ଦ୍ର। ବଲାଙ୍ଗିରରେ ଟ୍ୟାଲେଣ୍ଟର ଅଭାବ ନାହିଁ । ତେଣୁ ଜିଲ୍ଲାର ସବୁ ସ୍କୁଲର ପିଲାଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ସହ ଜାତୀୟ ସ୍ତରର ମ୍ୟାଚ୍ ଆୟୋଜନ ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ମୋଦି ସରକାର ଆସିବା ପରେ ଲଗାତାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇ ଚାଲିଛନ୍ତି । ଗତ 9 ବର୍ଷରେ ଧାନ ଏମଏସପି ପ୍ରାୟ 800 କୋଟି ଟଙ୍କା ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: