ଧନୁଯାତ୍ରା ସମାପନ ପରେ ମହୋଦଧିରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ କଂସ ମହାରାଜ। ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି। କଂସ ମହାରାଜ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ହାଲଚାଲ ପଚାରି ବୁଝିବା ସହ ରାଜ୍ୟବାସୀ ଙ୍କ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଧନୁଯାତ୍ରା ସମାପନ ପରେ ମହୋଦଧିରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ କଂସ ମହାରାଜ। ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବରଗଡ : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଳି ପଞ୍ଚାୟତରେ ଚାଲିଛି ବେଧଡକ ପିସି କାରବାର । ବ୍ଲକର ତାଲପାଲି ଠାରେ ବନିଥିବା ଏକ ମଡେଲ ବସ ଷ୍ଟପ କାମରେ ୨୫ ପର୍ସେଣ୍ଟ ପିସି ନେଇଥିବା ଅଭିଯୋଗ କରିଛନ୍ତି ଠିକାଦାର ଶିବ ପ୍ରସାଦ ସାହୁ । ପିଇଓ ପାଣ୍ଡବ ନନ୍ଦ ନେଇଛନ୍ତି ୨୫ ପର୍ସେଣ୍ଟ ପିସି । ଏ ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ଠିକାଦାର ଶିବ ପ୍ରସାଦ ସାହୁ ।
ମାତ୍ର କୌଣସି ଫଳ ମିଳି ନ ଥିଲା । ମଡେଲ ବସ ଷ୍ଟପ ର ଅଟକଳ ମୂଲ୍ୟ ଥିଲା ୩ ଲକ୍ଷ ୩୬ ହଜାର । ପଂଚାୟତର ଜୁନିଅର ଇଂଜିନିଅର ୨ ଲକ୍ଷ ୨୩ ହଜାର ବିଲ କରିଥିଲେ । ମାତ୍ର ପିଇଓ ପାଣ୍ଡବ ନନ୍ଦ ୨୫ ପର୍ସେଣ୍ଟ ପିସି କାଟ ୧ଲକ୍ଷ ୬୫ ହଜାରର ଚେକ ଦେଇଥିଲେ ଠିକାଦାର ଶିବ ପ୍ରସାଦ ସାହୁଙ୍କୁ । ଠିକାଦାର ସାହୁ ଏ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ମୟୂରଭଞ୍ଜ: ସତରେ ମୃତ୍ୟୁ କେମିତି ଆସେ ତାହା କେହି ଜାଣନ୍ତି ନାର୍ହି। ମୃତ୍ୟୁ ଆଗନ୍ତ ସୂଚନା ଦେଇନଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ। ବିଲରେ ହଳ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଘଣ୍ଡିଆବୁଡା ଗ୍ରାମରେ ।
ମୃତ ଦେହକୁ ବାଇକ ଯୋଗେ ଦଶ କିଲୋମିଟର ଦୂର ଘରକୁ ଆଣିଲେ ମୃତକଙ୍କ ସମ୍ପର୍କୀୟ। ତେବେ ସୂଚନାମୁତାବକ ଦେହ ଅସୁସ୍ଥ ଥାଇ ଦିନ ଦ୍ୱିପ୍ରହରରେ କାମରେ ନିୟୋଜିତ କରି ଟ୍ରାକ୍ଟର ମାଲିକ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ। ଥାନାରେ ଅଭିଯୋଗ ପରେ ଟ୍ରାକ୍ଟର ଜବତ ଓ ମାଲିକ ଅଟକ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର ପାଇଁ ଇସ୍ରାଏଲ କଲା ଉଡାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ. ଯାତ୍ରୀ ଓ ମାଲ ପରିବହନରେ ସକ୍ଷମ ସ୍ୱୟଂଶାସିତ ଡ୍ରୋନର ପ୍ରାରମ୍ଭିକ ପରୀକ୍ଷା ଇସ୍ରାଏଲ୍ ଆରମ୍ଭ କରିଛି . ସରକାରଙ୍କ ନେତୃତ୍ୱାଧୀନ ଏହି ପାଇଲଟ୍ ପ୍ରକଳ୍ପକୁ ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ନାମରେ ଜଣାଯାଏ। ଏହାର ଲକ୍ଷ୍ୟ ହେଉଛି ଏକ ଜାତୀୟ ଡ୍ରୋନ୍ ନେଟଓ୍ବାର୍କ ସୃଷ୍ଟି କରିବା ଏବଂ ଡ୍ରୋନ୍ ଡେଲିଭରି ପାଇଁ ଆକାଶକୁ ପ୍ରସ୍ତୁତ କରିବା . ମାଲ ପରିବହନ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କ ସମେତ ନୂତନ ପ୍ରଯୁକ୍ତିର ବ୍ୟାପକ ଏବଂ ବହୁମୁଖୀ ପରୀକ୍ଷଣ ପାଇଁ ଏହା ହେଉଛି ବିଶ୍ୱରେ ପ୍ରଥମ ପଦକ୍ଷେପ।
ଅଧିକ ପଢନ୍ତୁ : ଇରାନର ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ
ପରିବହନ ମନ୍ତ୍ରଣାଳୟ, ଇସ୍ରାଏଲ ଇନୋଭେସନ ଅଥରିଟି, ଆୟଲୋନ ହାଇୱେ ଲିମିଟେଡ ଏବଂ ଇସ୍ରାଏଲ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ଏକ ମିଳିତ ସହଯୋଗରେ ଏହି ପ୍ରକଳ୍ପ ଏଭଳି ପ୍ରଯୁକ୍ତିର ପ୍ରଥମ ବ୍ୟବହାରକୁ ଚିହ୍ନିତ କରିଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଇସ୍ରାଏଲ୍ ସ୍ୱୟଂଶାସିତ ଉଡ଼ାଣ ଟ୍ୟାକ୍ସିର ପ୍ରଥମ ପରୀକ୍ଷଣ କରିଛି। ଇସ୍ରାଏଲ୍ ନ୍ୟାସନାଲ୍ ଡ୍ରୋନ୍ ଇନିସିଏଟିଭ୍ ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଗତ ସପ୍ତାହରେ ସମଗ୍ର ଇସ୍ରାଏଲରେ ପରୀକ୍ଷାମୂଳକ ଉଡ଼ାଣରେ 11ଟି ଡ୍ରୋନ୍ ଅପରେଟିଂ ଏବଂ ଡେଲିଭରି କମ୍ପାନୀ ସାମିଲ ହୋଇଥିଲେ।