ବିଜେଡିର ରେଳ ରାଜନିତୀ ଉପରେ ବ୍ରେକ୍ । ଧରାପଡିଯାଇଛି ପଦମପୁର ଉପନିର୍ବାଚନ ପାଇଁ ଶାସକ ଦଳ ଖେଳିଥିବା ଚାଲ୍। ଇଏ ହେଉଛି 2018ରେ ଲୋକସଭାରେ ସେତେବେଳର ବିଜେଡି ସାଂସଦ ବଳଭଦ୍ର ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର। ଉତ୍ତରରେ କୁହାଯାଇଛି ବରଗଡ଼ ରୋଡ ଓ ନୂଆପଡା ରୋଡ ଭାୟା ପଦମପୁର ରେଳଲାଇନ ପାଇଁ ମଂଜୁରୀ ମିଳିସାରିଛି।
ନଜର ପକାନ୍ତୁ ଡିସେମ୍ବର 31 ତାରିଖରେ ଓଡ଼ିଶା ରେଳ ଭିତ୍ତିଭୂମୀ ବିକାଶ ଲିମିଟେଡ୍ ବା ORIDLକୁ କେନ୍ଦ୍ର ରେଳମନ୍ତ୍ରଣାଳୟ ଏଇ ଚିଠି ଉପରେ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବରଗଡ଼ ରୋଡ-ନୂଆପଡା ରୋଡ ନୂଆ ରେଳ ଲାଇନ ପ୍ରକଳ୍ପକୁ ଇନ ପ୍ରିନସପଲ୍ ମଂଜୁରୀ ମିଳିଛି । ଏଇ ଖବର ଆସିବା ପରେ ସେତେବେଳର ବରଗଡ଼ର ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଧନ୍ୟବାଦ ବି ଦେଇଥିଲେ। ଶୁଣନ୍ତୁ କଣ କହିଥିଲେ ଦେବେଶ।
ବର୍ଷେ ବିତିବାକୁ ବସିଲାଣି। ହେଲେ ନୂଆ ରେଳଲାଇନ ନେଇ କିଛି ପଦକ୍ଷେପ ନେଇନଥିବା ସରକାର ଚିଠି ଲେଖିଲେ କେନ୍ଦ୍ରକୁ। ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବଙ୍କୁ ଚିଠି ଲେଖି ପ୍ରକଳ୍ପକୁ ମଂଜୁରୀ ପାଇଁ ଅନୁରୋଧ କଲେ। ଟୁକୁନିଙ୍କ ଇଂରାଜୀ ଚିଠିର ଉତ୍ତର ଓଡ଼ିଆରେ ରଖିଲେ ଅଶ୍ବୀନୀ ବୈଷ୍ଣବ। ଡିସେମ୍ବର 31ର ଚିଠି କଥା ଉଲ୍ଲେଖ କରି ସରକାରଙ୍କ ପୋଲ ଖୋଲିଦେଲେ। ପ୍ରକଳ୍ପ ଆଗକୁ ନେବାକୁ ହେଲେ ORIDL କୁ ସର୍ଭେ, ଯୋଜନା ଓ ଆକଳନ ତଥା ଜମି ଅଧିଗ୍ରହଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ପଡିବ ବୋଲି ଲେଖିଲେ ।
ଓଡ଼ିଶା ରେଳ ଭିତ୍ତିଭୂମୀ ବିକାଶ ଲିମିଟେଡ୍ ବା ORIDL ଆସୁଛି ପରିବହନ ବିଭାଗ ଅଧୀନରେ। ଯାହାର ମନ୍ତ୍ରୀ ଖୋଦ୍ ଟୁକୁନି ସାହୁ । ବଡ଼ ପ୍ରଶ୍ନ ହେଉଛି ପ୍ରକଳ୍ପକୁ ଅନୁମୋଦନକୁ ନେଇ କିଭଳି ଜାଣିପାରିଲେନି ମନ୍ତ୍ରୀ ଟୁକୁନି ସାହୁ, ଅଫିସରମାନେ ଜଣାଇଲେନାହିଁ ନା ଭୋଟ ପାଇଁ ହାବି ହୋଇଗଲା ପ୍ରସଙ୍ଗ। 2018ରେ ଲୋକସଭାର ଉତ୍ତର କହୁଛି ରେଳଲାଇନ ସର୍ଭେକୁ ମିଳିଛି ମଂଜୁରୀ, ତାହା ହେଲେ ସାଂସଦ ସସ୍ମିତ ଏ ସଂପର୍କରେ ଅବଗତ ନାହାନ୍ତି କିୀ, ଗୋଟିଏ ମିଛକୁ ଲୁଚାଇବା ପାଇଁ ମିଛ ପରେ ମିଛ କହୁଛି କି ବିଜେଡି।