ବଡ଼ କଥାଟି ଏଇଠି ଘଟିଛି। ଯିଏ ଦେଖୁଛି ସିଏ କହୁଛି । ଅନୁଭବ ଆଉଟ୍, ବର୍ଷା ଇନ୍
ବର୍ଷାଙ୍କ ଠାଣୀ, ପ୍ରଚାରର ତରିକା ଦେଖି ଆପଣ ଅନ୍ଦାଜ କରିପାରୁଥିବେ ଯେ, ବିଜେଡିରେ ତାଙ୍କ ଏଣ୍ଟ୍ରି ସ୍ପଷ୍ଟ। ପ୍ରଥମେ ଷ୍ଟାର କ୍ୟାମ୍ପେନର ହେବେ ଆଉ ତା ପରେ ବିଜେଡି ଗାମୁଛା ବେକରେ ପଡିବ। ବାସ୍ ଏତିକି ପରେ ଖେଳ ଖତମ। ଅନୁଭବଙ୍କୁ କୋଣଠେସା କରି ଗଳା ବାଟରେ ଏଣ୍ଟ୍ରି କରିବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କରିବେ କି କରି ସାରିଲେଣି ସେ କଥା ବି ସନ୍ଦେହରେ।
ପାରିବାରିକ ବିବାଦ ପାଇଁ କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଘର ଭାଙ୍ଗିଥିଲା। ମନ ସେତେବେଳେ ଭାଙ୍ଗିଗଲା ଯେତେବେଳେ, ବର୍ଷାଙ୍କ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଲା। ଆଉ ସେପଟେ ତତ୍କାଳୀନ ଗୋଟିଏ ଜାତୀୟ ଚ୍ୟାନାଲର ଆଙ୍କରଙ୍କ ସହ ତାଙ୍କ ସମ୍ପର୍କର ଧୂଆଁ ଉଠିଲା। ନିଆଁ ନ ଥିଲେ, ଧୂଆଁ ଉଠେନି। କଥାଟା ବୁଝାଇବାକୁ ପଡିଲା। ଆଉ ଅନୁଭବ ସ୍ପଷ୍ଟ କଲେ ନିଜ ଡିଅରେଷ୍ଟ ବାନ୍ଧବୀଙ୍କ କଥା। ବିଜେଡି ରାଜନୀତିର ଅଧିକାଂଶ ସଭା ସମିତିରେ ପ୍ରାୟ ଦେଖିବାକୁ ମିଳୁ ନ ଥିଲେ ଅନୁଭବ। ଏମିତିକି ବିଗତ ଦିନରେ ହୋଇଥିବା ଉପନିର୍ବାଚନଗୁଡିକରେ ମଧ୍ୟ ତାଙ୍କର ଦେଖା ଦର୍ଶନ ନ ଥିଲା। ମାନେ ସେ ଦଳରେ, ଏକପ୍ରକାର କୋଣଠେସା ହୋଇସାରିଥିଲେ।
କିନ୍ତୁ ଏବେ ବର୍ଷାଙ୍କ ଏଣ୍ଟ୍ରି ଅନୁଭବକଙ୍କ ପାଇଁ ପୂରାପୁରି ଶକ୍ତ ଧକ୍କା କହିଲେ ଭୁଲ ହେବନି। ଦେଖାଯାଉ ଏ ଧକ୍କା ସହିବାକୁ ଅନୁଭବଙ୍କ ହୃଦୟରେ ଦମ୍ଭ ଅଛି ନା ୟୁଟ୍ୟୁବପୁ ପୁଣି ଜଣେ ନାକକାନ୍ଦୁରା ଏମପିଙ୍କ ଭିଡିଓ ଆସୁଛି?
ରାଜନୀତି ଖବର ଆହୁରି ପଢନ୍ତୁ ।