ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।
ଅର୍ଗସ ବ୍ୟୁରୋ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଦିନକୁ ଦିନ ଏହି ମାମଲା ବଢ଼ି ବଢ଼ି ଚାଲିଛି ସତ ହେଲେ ଏହା ଥବିମାର ନାଁ ଧରୁନି।ଶେଷରେ ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଉ ସେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂ ଘର ଛାଡିଛନ୍ତି।ରବିବାର ସକାଳୁ କଟକ ସ୍ଥିତ ଶାଶୂ ଘର ଛାଡିଛନ୍ତି ଅଭିନେତ୍ରୀ ବର୍ଷା ।ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି ।
ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।
ଅର୍ଗସ ବ୍ୟୁରୋ: ବିଶ୍ୱକପ ପୂର୍ଵରୁ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆ ସହ ମୁହାଁ ମୁହିଁ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯିବ । ବିରାଟ କୋହିଲି, ରୋହିତ ଶର୍ମା ଓ ହାର୍ଦ୍ଧିକ ପାଣ୍ଡିଆଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳର ନେତୃତ୍ଵ ନେବେ ।
ଅକ୍ଟୋବର ୫ ରୁ ଆରମ୍ଭ ହେଵାକୁ ଥିଵା ଆଇସିସି ୱାଲ୍ଡକପ ପୂର୍ଵରୁ ଅଷ୍ଟ୍ରେଲିଆ ଦଳକୁ ପରକ୍ଷିଵା ପାଇଁ ଏକ ଉତ୍ତମ ସୁଯୋଗ ହେଵ । ଦିନିକିଆ ସିରିଜିର ଅନ୍ୟ ଦୁଇଟି ମ୍ୟାଚ ସେପ୍ଟେମ୍ଵର ୨୪ ଓ ସେପ୍ଟେମ୍ଵର ୨୭ରେ ରାଜକୋଟରେ ଖେଳାଯିଵ ।
ଦୀର୍ଘ ୧୨ ବର୍ଷ ତଳେ ୨୦୧୧ ମସିହାରେ ଭାରତୀୟ ଦଳ ୱାଲ୍ଡକପ ଟ୍ରଫି ହାତେଇ ଥିଲା । ତେଣୁ ଟ୍ରଫି ହାତେଇଵା ପାଇଁ ଭାରତୀୟ ଦଳ ଵେଶ ଆଶାଵାଦୀ ରହିଥିଵାଵେଳେ ଆଗାମୀ ୱାଲ୍ଡକପ ସଂସ୍କରଣରେ ଭାରତୀୟ ଦଳ ଅକ୍ଟୋଵର ୮ରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିଵ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିଵ ।
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।