ଅଧିକ ପଢନ୍ତୁ : ଢୁଢୁଆ ବାରୁଣୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଜିଲ୍ଲାର ସର୍ବପୁରାତନ ଶୈବପୀଠ ଝାଡେଶ୍ବର ମହାଦେବଙ୍କ ପୀଠରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଛି ଏହି ମେଳା । ବାବା ଝାଡେଶ୍ବରଙ୍କ ପ୍ରସିଦ୍ଧ ଚଣା ଉଖୁଡା ଭୋଗ ଏଠାରେ ବିକ୍ରୀ ହୋଇଥାଏ । ଏଥିସହିତ ବିଭିନ୍ନ ଘରକରଣା ସାମଗ୍ରୀ, ବାସନକୁସନ, ମନୋହରୀ ଦୋକାନରେ ମହିଳାମାନେ କିଣିବିକା କରନ୍ତି । ଚାର୍ଟ, ଗୁପଚୁପ୍, ମିଠା ଖାଇ ଲୋକମାନେ ମେଳା ବୁଲିଥାନ୍ତି । ପିଲାମାନେ ଆଇସ୍କ୍ରିମ, ମଥୁରା କେକ୍ ଖାଇ ଘୋଡାଦୋଳିର ମଜା ଉଠାଉଥିବା ବେଳେ, ବଡମାନେ ଡିସ୍କୋ ଓ ଚକ୍ରିଦୋଳିର ଆନନ୍ଦ ଉଠାଇଥାନ୍ତି ।