ଇଏ ହେଉଛି ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ପଂଚାୟତର ବେଳସାଉଁଳିଆ ଗ୍ରାମର ଗଜେନ୍ଦ୍ର ବାରିକଙ୍କ ପରିବାର କଥା । ବୟସ ମାତ୍ର 47 ବର୍ଷ । ହେଲେ ଅଜଣା ରୋଗ ତାଙ୍କୁ ବୃଦ୍ଧ ସଜେଇ ଦେଇଛି । ଗଜେନ୍ଦ୍ର ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ । କଲିକତାରେ ରହି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ହେଲେ 10 ବର୍ଷ ତଳେ ହଠାତ ଏକ ଅଜଣା ରୋଗରେ ସେ ପୀଡିତ ହେଲେ । ପ୍ରଥମେ ଗୋଡ଼ ସରୁ ହେବାକୁ ଲାଗିଥିଲା । ତା ପରେ ହାତ... ଆଉ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଶରୀରକୁ ଗ୍ରାସ କରିଥିଲା । ଏବେ ଗଜେନ୍ଦ୍ରଙ୍କ ଅବସ୍ଥା ଏମିତି କେବଳ ଦେହରେ କେତୋଟି ହାଡ଼ ଦେଖାଯାଉଛି । ଯେଉଁଥିପାଇଁ ଏବେ ସେ ଶଯ୍ୟାଶାୟୀ । ଫଳରେ ବାପାଙ୍କ ଚିକିତ୍ସା ଲାଗି ପାଠ ପଢା ବନ୍ଦ କରି ଝିଅ ବାପାଙ୍କର ସେବା କରୁଛି ।
ଏତିକିରେ ଦୁଃ ସରିନି ସେପଟେ ପିଲାଙ୍କ ଭବିଷ୍ୟତ କଥା ଭାବି ମା ମଧ୍ୟ ରୋଗରେ ପଡି କଟକରେ ଚିକିତ୍ସିତ ହେଉଛନ୍ତି । ଶେଷରେ 2ଭାଇ ଭଉଣୀ ଏବେ ଅସହାୟ । ଗାଁଲୋକଙ୍କ ସହାୟତା ଓ କିଛି ସାଙ୍ଗ ସାଥିଙ୍କ ନିକଟରୁ ମାଗି ଯାଚି ଏବେ ବାପାଙ୍କୁ ସେବା କରୁଛି ଝିଅ । ଏବେ ପାଖରେ ଅର୍ଥ ନଥିବାରୁ ବାପାଙ୍କ ପାଇଁ ଔଷଧ କିଣା ହୋଇପାରୁନି । ଯେଉଁମାନେ ଦେଉଥିଲେ ଏବେ ସେମାନେ ମୁହଁ ଫେରାଇ ନେଲେଣି । ତେଣୁ ବାପାଙ୍କ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବ ସେନେଇ ଚିନ୍ତାରେ ବଡ଼ ଝିଅ । ନିଜ ଭବିଷ୍ୟତ ପାଇଁ ଯେତିକି ଚିନ୍ତିତ ନୁହେଁ ହେଲେ ରୋଗଗ୍ରସ୍ଥ ବାପା-ମା ଙ୍କୁ କେମିତି ଭଲ କରିବ ସେ ଚିନ୍ତାରେ ଘର ସମ୍ଭାଳୁଛି ଝିଅ । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏହି ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରିପାରିବେ ।
Accout no- 36389893798
Account holder- Basanti barik
Bank - State Bank of India, Basudevpur
IFSC code- SBIN0002014