ଅର୍ଗସ ବ୍ୟୁରୋ: ମୋଟା ପା...ଆଜିକାଲି ସବୁଠାରୁ ବଡ ସମସ୍ୟା । ଆଉ ମୋଟାପାକୁ ମୁକାବିଲା କରିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ । ଫିଟନେସ୍ ପାଇଁ ଗଳି ଗଳିରେ ଜିମ୍ ଖୋଲୁଛି । ଯୋଗ ସେଣ୍ଟର ଖୋଲୁଛି । କିଏ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ କରୁଛି ତ କିଏ ଡାଏଟ୍ ମେଣ୍ଟେନ୍ କରୁଛି । ହେଲେ ଏମିତି ଦେଶ ଅଛି ଯେଉଁଠି ଲୋକେ ଫିଟନେସ୍ ଅପେକ୍ଷା ଖାଇବାକୁ ଏତେ ପ୍ରାଧାନ୍ୟ ଦିଅନ୍ତି ଯେ ଏବେ ସେମାନେ ମୋଟାପା ରେ ନିଜ ସହ କମ୍ପିଟ୍ କରୁଛନ୍ତି । ବା ଆମେ କହିପାରିବା ବିଶ୍ୱରେ ମୋଟା ଲୋକ ବା ଦୁନିଆର obese country ମଧ୍ୟରେ ସ୍ଥାନ ପାଇଛନ୍ତି ।
ଯେଉଁଠି 10 ମଧ୍ୟରୁ 9 ଜଣ ଲୋକ ଯେଉଁମାନେ ଓଭର ୱେଟ୍ ବା ଅଧିକ ମୋଟା । ବିଶ୍ୱରେ ଏମିତି 10ଟି ଦେଶ ଅଛି । ଯେଉଁଠି ମୋଟା ଲୋକଙ୍କ ସଂଖ୍ୟା ଅଧିକ । ଏବେ ଆପଣ ଭାବୁଥିବେ ଏହି ଦେଶ ଗୁଡିକ କଣ ।
ତେବେ ଏହାର ଉତ୍ତର ହେଉଛି ପାସିଫିକ୍ ଓସେନର ଏକ ଛୋଟିଆ ଦେଶ ନାଉରୁ(nauru) । ଏଠାରେ ଥିବା 61 ପ୍ରତିଶତ ଲୋକ ଓବେସିଟିର ଶିକାର । ଆଉ ପାଖାପାଖି 90 ପ୍ରତିଶତ ଲୋକ ଓଭର୍ ୱେଟ୍।
ଓବିସିଟର ଶିକାର ହେବା ଅର୍ଥ ରୋଗକୁ ନିମନ୍ତ୍ରଣ ଦେବା । ଟାଇପ୍ 2 ଡାଇବେଟିସ୍ । ହାଇପରଟେନସନ । ହାଇ ବ୍ଲଡ ପ୍ରେସର । ହାର୍ଟ ଡିଜିଜ୍ , ବ୍ରେନ୍ ଷ୍ଟ୍ରୋକ୍, ଫ୍ୟାଟି ଲିଭର୍ ଡେଜିଜ୍ , କିଡନୀ ଡିଜିଜ୍ , ପ୍ରେଗନାନ୍ସି ପ୍ରବଲେମ୍, ଡିପ୍ରେସନ୍, କ୍ୟାନସର । ଏହି କାରଣ ହେତୁ 2013 ମସିହାରେ ଆମେରିକାନ୍ ମେଡିକାଲ୍ ଆସୋସିଏସନ କହିଥିଲା ଯେ ମୋଟାପା ଏକ ଡିଜିଜ୍ ।
ଯଦି ଆପଣ ଟପ୍ ଟେନ୍ ମୋଷ୍ଟ ଓବେସିଟି ଲିଷ୍ଟ ଦେଖିବେ ତେବେ ଏଥିରେ ଅନେକ ଦେଶ ଅଛି ଯାହାର ନାଁ ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ ।
ପ୍ରଥମେ ରହିଛି ନାଇରୁ, ତାପରେ ପାଲାଉ, କୁକ୍ ଆଇଲ୍ୟାଣ୍ଡ, ମାର୍ସାଲ ଆଇଲ୍ୟାଣ୍ଡ, ତୁଭାଲୁ,ନିଉୱି, କିରିବାଟି,ଟୋଙ୍ଗା,ସମୋଆ,ମାଇକ୍ରୋନେସିଆ । ତେବେ ଆପଣ ଜାଣିଛନ୍ତି ଏହି ଦେଶରେ କମନ୍ କଣ ରହିଛି । ଏସମସ୍ତ ଦେଶ ପାସିଫିକ୍ ଓସେନ୍ ରେ ରହିଛି । ଏଗୁଡିକ ଛୋଟ ଛୋଟ ଆଇଲ୍ୟାଣ୍ଡ ଦେଶ ।
ଆପଣ ଏହି ଜାଗା ଗୁଡିକର ଭିଡିଓ ଓ ଫଟୋ ଯଦି ଦେଖିବେ ତେବେ ଆପଣ ଭାବିବେ କେତେ ସୁନ୍ଦର ଜାଗା । ସୁନ୍ଦର ସମୁଦ୍ରକୂଳ, ଗ୍ରୀନାରୀ, ଟ୍ରପିକାଲ୍ ଫରେଷ୍ଟ,କୋରାଲ ରିଫ୍ । ଏସବୁ ଦେଖିଲେ ଆପଣଙ୍କୁ ଲାଗିବ ଏଠି ଯେଉଁମାନେ ରହୁଥିବେ ବହୁତ ଫିଟ୍ ରହୁଥିବେ । ଖୁସି ରହୁଥିବେ । କିନ୍ତୁ ଏମିତି କେମିତି ହେଲା ଯେ ଏହି ଦେଶ ଗୁଡିକ ମୋଟାପାର ଶିକାର ହେଲେ ।
ନାଇରୁ ଦେଶ । ଏହା ଦୁନିଆର ସବୁଠୁ ଛୋଟ ଦେଶ ମଧ୍ୟରୁ ତୃତୀୟ ନମ୍ବରରେ ରହିଛି । ଏହାର ଆୟତନ 21 ସ୍କୋୟାର କିମି । ଏଠାରେ ମାତ୍ର 12500 ଲୋକ ରୁହନ୍ତି । ଏକ ସମୟରେ ଏହା ବହୁତ ସୁନ୍ଦର ଆଇଲାଣ୍ଡ ଥିଲା । ଯାହା ବିଷୟରେ ଲୋକଙ୍କୁ ଜଣା ନଥିଲା । 1798 ମସିହାରେ ଏହାକୁ ଆବିଷ୍କାର କରାଗଲା । ଏହି ଆଇଲାଣ୍ଡରେ ଏକ ଜାହାଜ ଲାଗିଥିଲା । ଯାହାର କ୍ୟାପଟେନ୍ ଥିଲେ ଜନ୍ ଫର୍ନ । ତାଙ୍କୁ ଏହି ଆଇଲାଣ୍ଡଟି ଅଧିକ ସୁନ୍ଦର ଲାଗିଥିଲା ।
ସେବେଠୁ ଅନେକ ଜାହାଜ ଏଠାକୁ ଆସିଲା । ପ୍ରାକୃତିକ ଫଳମୂଳ ନେଇ ଅନ୍ୟ ଦେଶକୁ ଯାଉଥିଲେ । ତା ବଦଳରେ ଏହି ଆିଲାଣ୍ଡବାସୀଙ୍କୁ ମଦ ଏବଂ ବନ୍ଧୁକ ଦେଇ ଯାଉଥିଲେ । ସେହି ସମୟରେ 12 ଭିନ୍ନ ଭିନ୍ନ ଆଦିବାସୀ ଏଠାରେ ବସବାସ କରୁଥିଲେ।
ଏଠାରେ ଏତେ ମାତ୍ରେ ଫସଫେଟ୍ ଥିଲା ଯେ ଏହାକୁ ନେବାକୁ ଅନ୍ୟ ଦେଶ ଗୁଡିକ ଦିନ ରାତି ଏକ କରିଦେଉଥିଲେ । ଏବେ ଏହାର 90 ପ୍ରତିଶତ ଜମି ବ୍ୟବହାର ଯୋଗ୍ୟ ନୁହେଁ । ଏଠାରେ ଜମିବାଡି କରିବା ବି ଏଠି କଷ୍ଟକର । ଭୂତଳ ଜଳ ମଧ୍ୟ ସମାପ୍ତ ହୋଇଯାଇଛି । ଏମିତିକି ପାଣି ମଧ୍ୟ ପିଇବାକୁ ବଞ୍ଚି ନାହିଁ । ଯେଉଁ ଲୋକମାନେ ଏଠାରେ ବସବାସ କରୁଛନ୍ତି ସେମାନେ ଆଇଲାଣ୍ଡର କୂଳବର୍ତ୍ତୀ ଅଞ୍ଚଳରେ ରହୁଛନ୍ତି ।
ଗୋଟେ ସପ୍ତାହରେ ଗୋଟିଏ ପରିବା ମିଳିବା ବି ଏଠି କଷ୍ଟକର । ଯେହେତୁ ସେହି ଦେଶରେ ନା ପାଣି ଅଛି ନା ଫଳମୂଳ ପନିପିରବା ସେଥିପାଇଁ ସବୁ ଜିନିଷ ବାହାରୁ ବା ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରରୁ ଆମଦାନୀ କରିବାକୁ ପଡେ ।
ଫଳରେ ଏଠାକୁ ଶସ୍ତା ଓ କ୍ୟାନ୍ ଫୁଡ୍ ଆମଦାନୀ କରାଯାଏ । ନୁଡୁଲ, ଚିପ୍ସ, କର୍ଣ୍ଣ, ମୃଦୁ ପାନୀୟ ଭଳି ଜଙ୍କ ଫୁଡ୍ । ଦିନ ସାରା ଏଠାକାର ଲୋକେ ଏହି ଜଙ୍କ୍ ଫୁଡ୍ ଖାଇ ଜୀବନ ଅତିବାହିତ କରୁଛନ୍ତି । ଫଳରେ ଏହାର ଓବିସିଟି ରେଟ୍ ଏତେ ମାତ୍ରାରେ ବଢିଲା ଯେ ଏବେ ଏହା ଦେଶର ସବୁଠାରୁ ଓବେସ ଦେଶ ଭାବରେ ପରିଗଣନା କରାଯାଉଛି ।
ସେହପରି ଅନ୍ୟ 9 ଦେଶକୁ ଏହିଭଳି କିଛି କାରଣ ହେତୁ ଜଙ୍କ ଫୁଡ୍ ର ରପ୍ତାନୀ ହୋଇଥାଏ । ଯାହାକୁ ଦିନ ସାରା ଖାଇବା ଦ୍ୱାରା ଏମାନଙ୍କ ମୋଟାପା ବଢି ବଢି ଚାଲିଛି ।