୧୯୮୦ ମସିହାରେ + 3 ପାସ୍ କରିଥିଲେ ବାସୁଦେବ । ସେତବେଳେ ଚାକିରୀ କରିପାରିଥାନ୍ତେ କିନ୍ତୁ ଚାକିରି ନକରି ୧୯୮୩ ମସିହାରେ ଏକ ଲକ୍ଷ ଟଙ୍କା ବ୍ୟୟ ଏବଂ କିଛି ଋଣ କରି ଶମ୍ଭୁ ଆଲୁମିନା ନାମକ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିଥିଲେ । ଏବଂ ସେଠାରେ ୩ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି । ଏବେ ଉକ୍ତ କାରଖାନା ପାଖାପାଖି ୧୧ ଲକ୍ଷରେ ପହଞ୍ଚିଛି । ମାସିକ ସବୁ ଖର୍ଚ୍ଚ ଯାଇ ୨୫ ହଜାର ଟଙ୍କା ଲାଭ କରି ପାରିଛନ୍ତି । ଏହାସହ ତାଙ୍କ କାରଖାନାର ଗରା ତଥା ବାଳୀ ଗରା ଏବେ ରାଜ୍ୟରେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ।
ମେସିନ ସାହାଯ୍ୟରେ କାମ ହେଉଛି । କଞ୍ଚାମାଲ୍ ଅନୁଗୁଳୁରୁ ଆଣି ଏହି କାରଖାନାରେ ଗରା, ବାଲଟି, କଡ଼େଇ, ସସପିନ୍ , ତସଲା ଇତ୍ୟାଦି ତିଆରି ହୋଇ ଅନୁଗୁଳ, କଟକ, ଜଗତସିଂହପୁର ଆଦି ବିଭିନ୍ନ ଜାଗାକୁ ସପ୍ଲାଇ କରାଯାଏ । ସବୁଠାରୁ ବଡ଼ କଥା ଏଠାରେ କାମ କରୁଥିବା ଶ୍ରମିକଙ୍କୁ ରବିବାର ସହ ଅନ୍ୟ ସମସ୍ତ ସରକାରୀ ଏବଂ ଆଞ୍ଚଳିକ ଛୁଟି ମିଳିବା ସହ ଦଶହରାରେ ମଧ୍ୟ ବୋନସ ମିଳିଥାଏ ।