ମୋଟାରୀ ପଞ୍ଚାୟତର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ଟାଙ୍କି । ପ୍ରତ୍ୟେକ ଗାଁରେ ଭୂତଳ ପାଇପ ମଧ୍ୟ ବିଛାଗଲା । କିନ୍ତୁ ୩ ବର୍ଷ ପରେ ମଧ୍ୟ ବୁନ୍ଦାଏ ପାଣି ଘରକୁ ଆସିନି । ଫଳରେ ୪ଟି ନଳକୂପ ଉପରେ ନିର୍ଭର କରୁଛନ୍ତି ୧୨ଶହ ପରିବାର ।
ଆହୁରି ଅଧିକ ଓଡ଼ିଶା ଖବର ପଢ଼ନ୍ତୁ...
କିଛି ସ୍ଥାନରେ ପାଇପ ବିଛା ନେଇ ସମସ୍ୟା ଥିବାରୁ ପାଣି ଆସି ନଥିବା କହିଛନ୍ତି ଡେଲାଙ୍ଗ ବିଡିଓ । ଜଳ ଉତ୍ସର ସମସ୍ୟା ନେଇ ଅନୁଧ୍ୟାନ ଚାଲିଛି । ଏନେଇ RWSSର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଖରା ଗରମରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଥିବା ବେଳେ କେବେ ସମସ୍ୟା ଦୂର ହେଉଛି ତାହା ଉପରେ ନଜର ।