ଅର୍ଗସ ବ୍ୟୁରୋ : ବାଙ୍କୀରେ ୨୦୧୭ ରୁ ପ୍ରତ୍ୟେକ ବର୍ଷ ପରିବେଶ ଦିବସ ଦିନ ବାଦୁଡି ଗଣନା ହୋଇ ଆସୁଛି, ଚଳିତ ବର୍ଷ ମଧ୍ୟ ସେଣ୍ଟର ଫର ରୁରାଲ ଟୁରିଯିମ ଡେଭଲପମେଣ୍ଟ (ସି. ଆର. ଟି. ଡି) ର ସମ୍ପାଦକ ଲଳିତ ମୋହନ ପଣ୍ଡା ଙ୍କ ନେତୃତ୍ୱରେ କଟକ ଜିଲ୍ଲାର ବାଙ୍କୀ ଥାନା ଓ ମୁଖ୍ୟ କାରାଗାର ପରିସର ରେ ଥିବା ବାଦୁଡି ମାନଙ୍କ ର ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଗଣନା କାର୍ଯ୍ୟକ୍ରମ ସି. ଆର. ଟି. ଡି ସଂସ୍ଥା ର ସଭାପତି ମିନତୀ ସାହୁ, ସଂଯୋଜକ ଅମିତ ସାହୁ,ସଦସ୍ୟ ଦୃଗା ମାଧବ ମହାପାତ୍ର, ପକୃତି ପ୍ରେମୀ ଦୀପକ କୁମାର ସାମନ୍ତ ରାୟ, ପ୍ରାଧ୍ୟାପକ ମୋନଜ କୁମାର ମହାପାତ୍ର ସମେତ ଅନେକ ପକ୍ଷୀ ବିଶାରଦ ମାନେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ସକାଳ ୫.୩୦ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିବା ର ଦେଖିବାକୁ ମିଳିଥିଲା। ପୂର୍ବ ବର୍ଷ ୩୮୭୮ ଟି ବାଦୁଡି ଗଣନା ହୋଇଥିବା ବେଳେ, ଚଳିତ ବର୍ଷ ପ୍ରାୟ ୪୨୦୩ ଟି ବାଦୁଡି ଫାଶୀ, କୋଚିଲା, ଦେବଦାରୁ,ଆମ୍ବ, ଅର୍ଜୁନ, ଇତ୍ୟାଦି ଗଛ ଗୁଡିକ ରେ ଝୁଲି ରହିଥିବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା।ଗଣନା ସମୟ ରେ ବାଦୁଡି ମାନଙ୍କ ର ସହ ସେମାନଙ୍କ ର ନବଜାତ ବାଦୁଡି ଛୁଆ ସଲଗ୍ନ ହୋଇ ରହିଥିବାର ଦେଖି ଗଣନାକାରୀ ମାନେ ଉତ୍ସାହିତ ହୋଇପଡିଥିଲେ। ସନ୍ଧ୍ୟା ସମୟ ରେ ବାଙ୍କୀ ସହର ର ମୁଖ୍ୟ ଆକାଶ ଵଦୁଡି ମାନଙ୍କ ର କଲରଵ ରେ ମୁଖରିତ ହେଉଥିବା ବେଳେ ମହାନଦୀ ପଠା ମଧ୍ୟ ପୂର୍ଣ ହୋଇଉଠେ। ବାଦୁଡି ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ବନ୍ୟଜନ୍ତୁ ସରକ୍ଷଣ ଆଇନ ୧୯୭୨ ର ତଫସିଲ (୫) ଅନ୍ତଗର୍ତ ଅଟେ।ଏମାନେ ସାଧାରଣତଃ ଜନବସତି ଅଞ୍ଚଳରେ ଥିବା ଉଞ୍ଚ ବୃକ୍ଷମାନଙ୍କ ରେ ତଳ କୁ ମୁଣ୍ଡ କରି ଝୁଲି ଥିବାର ଦେଖିବାକୁ ମିଳିଥାନ୍ତି।ଏମାନେ ରାତ୍ରି ଚର ପ୍ରାଣୀ ହୋଇଥିବାରୁ ସେମାନେ ଅପରାହ୍ନ ରୁ ଖାଦ୍ୟ ଅନ୍ୱେଷଣ ରେ ଯାଇ ପ୍ରାତଃ ସମୟ ପୂର୍ବରୁ ରୁ ନିଜ ବାସ ସ୍ଥାନକୁ ଫେରି ଆସନ୍ତି। ସଂସ୍ଥା ର ସମ୍ପାଦକ ଲଳିତ ଙ୍କ ମତ ରେ ସହରୀ କରଣ ଦ୍ରୁତ ବିକାଶ ପାଇଁ ସୁଉଞ୍ଚ ବୃକ୍ଷ ମାନ କଟା ହେବା ଏବଂ ପ୍ରାକୁତିକ ଜଳାଶୟ ଗୁଡିକ ପୋତା ହେବା ଫଳରେ ବାଦୁଡି ମାନଙ୍କ ଆବସସ୍ଥଳୀ କ୍ରମଶଃ ନଷ୍ଟ ଓ ସେମାନଙ୍କ ସଂଖ୍ୟା ହ୍ରାସ ହେବାର ର ମୁଖ୍ୟ କାରଣ ତେଣୁ ବାଦୁଡି ସରକ୍ଷଣ ପାଇଁ ଫଳ ଗଛ ମାନଙ୍କ ର ଆବଶ୍ୟକତା ଅଧିକା ରହିଛି।
ଅର୍ଗସ ବ୍ୟୁରୋ: ମାହାଙ୍ଗା କୂଆଁପାଳର ଏ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କୁ ଗୋଡାଇ ଗୋଡାଇ ପିଟିଲେ ପ୍ରତାପ ଜେନାଙ୍କ ଗୁଣ୍ଡା, ତାହା ପୁଣି ପୋଲିସ ଉପସ୍ଥିତିରେ। ଭିଜୁଆଲରେ ଜଳ ଜଳ ହୋଇ ଦିଶୁଛି କିଭଳି ମାଡ ମାରୁଛନ୍ତି ରାମଚନ୍ଦ୍ରଙ୍କୁ। ପ୍ରଶ୍ନ କେତେବେଳେ କାହାକୁ ଅସଦାଚରଣ କଲେ 64 ବର୍ଷର ରାମଚନ୍ଦ୍ର, କେତେବେଳେ ଡକାୟତି କଲେ ଆଉ କେତେବେଳେ କାହାକୁ ହତ୍ୟା ଉଦ୍ୟମ କଲେ, ପ୍ରତାପ ଜେନା ଇସାରାରେ ତାଙ୍କ ନାଁରେ ପୋଲିସ ମିଛ ମାମଲା ରୁଜ୍ଜୁ କରିଥିବା ଅ ଭିଯୋଗ କରିଛନ୍ତି ରାମଚନ୍ଦ୍ର ।
ମାହାଙ୍ଗା ଡବଲ ମର୍ଡର କେସରେ ସନ୍ଦେହ ଘେରରେ ମାହାଙ୍ଗା ପୋଲିସ । ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ ପ୍ରତାପ ଜେନା କଥା ହେଉଥିବା ସିଡିଆର ରିପୋର୍ଟ ଥିଲା ପୋଲିସ ପାଖରେ। ହେଲେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲା ପୋଲିସ। ଯାହାକୁ ନେଇ ବର୍ତ୍ତମାନର ସାଲେପୁର ଏସଡିପିଓ ତଥା ସେତେବେଳେର ତଦନ୍ତକାରୀ ଅଧିକାରୀ ବିମଳ ବାରିକ ବିବାଦରେ। କାହା ନିର୍ଦ୍ଦଶରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ ବିମଳ, କାହିଁକି ବିମଳଙ୍କ ବିରୋଧରେ ହେବନାହିଁ ଆକସନ୍ । ସେପଟେ କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଦପା 302 ଲଗାଇଲା ପରେ ବି ଚୁପ୍ ବିଜେଡି। କାହିଁକି ଦଳରୁ ବିଦା ହେଉନାହାନ୍ତି ପ୍ରତାପ ଜେନା ।
ଆହୁରି ପଢନ୍ତୁ ଓଡିଶା ଖବର...
ନବରଙ୍ଗପୁର: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପରଭାଇଜର୍ । କୋଡ଼ିଙ୍ଗା ଅଙ୍ଗନବାଡି ସେକ୍ଟରର ସୁପରଭାଇଜର୍ ରାଜେଶ୍ୱରି ନାଗ , ବନ୍ଦୀଗୁଡ଼ା ଅଙ୍ଗନୱାଡ଼ି କର୍ମୀ ସୁଭାସିତା ପାତ୍ରଙ୍କ ଠାରୁ 5400 ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର ମାସରୁ 2023 ମସିହା ଜୁଲାଇ ମାସ ସୁଦ୍ଧା ଦିଆଯାଇଥିବା ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ପ୍ରତ୍ୟେକ ଅଙ୍ଗନବାଡ଼ି ପିଛା ଆସିଥିବା ଟଙ୍କାକୁ ମଞ୍ଜୁର କରିବା ପାଇଁ ଲାଞ୍ଚ ମାଗିଥିଲେ ମହିଳା ସୁପରଭାଇଜର୍ ।
ଆଜି ଅପରାହ୍ନ ସମୟରେ ଉକ୍ତ ଟଙ୍କାକୁ ମହିଳା ସୁପରଭାଇଜରଙ୍କୁ ଦେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । କୋଡ଼ିଙ୍ଗା ସେକ୍ଟର ଅଧୀନରେ ଥିବା 23 ଗୋଟି ସେକ୍ଟରର 22 ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ 200 ଲେଖାଏଁ ଏବଂ ବନ୍ଦୀଗୁଡ଼ା ଅଙ୍ଗନବାଡିଙ୍କ ଠାରୁ 1000 ଟଙ୍କା , ସମୁଦାୟ 5400 ଟଙ୍କା ମାଗିଥିଲେ ମହିଳା ସୁପରଭାଇଜର୍ । ଅଧିକ ତଦନ୍ତ ନିମନ୍ତେ ପ୍ରଥମେ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ଏବଂ କୋଷଗୁମୁଡ଼ା ସ୍ଥିତ ICDS ଅଫିସ୍ ରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ ।
ଆହୁରି ପଢନ୍ତୁ ଓଡିଶା ଖବର...