ଦିଲ୍ଲୀର ତୁର୍କ ମାନଗେଟରେ ରବିର ବିଗବସ । ସେଠାରୁ ସପ୍ଲାଏ ହେଉଛି ଓଡିଶାକୁ କୋକେନ । ୨୦୧୦ରେ କମନୱେଲଥ ଗେମବେଳେ କୋକେନ ବ୍ୟବସାୟ ଆରମ୍ଭ କରିଥିଲା ରବି । ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ, ଦିଲ୍ଲୀରେ ଚଳାଉଥିଲା ଟ୍ରାଭେଲ ବ୍ୟବସାୟ ।
ରବିଠାରୁ ସାଉଥ ଆଫ୍ରିକା ନୋଟ ଜବତ ହୋଇଛି। ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ସେପଟେ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କଲା STF । ରବି ସିଂ ଓ ସନୀ କୁମାରକୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ STF।