Headlines 10am
ଭୁବନେଶ୍ଵର: ଦଶମ ବୋର୍ଡ଼ ପରୀକ୍ଷା ଫି ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଚିଠି ଲେଖିଛନ୍ତି। ଚିଠିରେ ସେ ମ୍ୟାଟ୍ରିକ ପରୀକ୍ଷା ଫି 420 ଟଙ୍କା ଛାଡ କରିବାକୁ ଅନୁରୋଧ କରିଛନ୍ତି। କୋଭିଡ ଯୋଗୁଁ ଫି ଦେବା ଅବସ୍ଥାରେ ଅଭିଭାବକ ନାହାନ୍ତି ବୋଲି ସେ କହିଛନ୍ତି। ଫି ଛାଡ଼ ହେଲେ ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।