ସୂଚନାମୁତାବକ ଗ୍ରାମପଂଚାୟତର ମୋଟ ୧୭୫ ଜଣକ ନାମ ତାଲିକାରେ ଥିବା ବେଳେ, ସେଥିମଧ୍ୟରୁ ୯୨ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ଉଭୟ ଅନଲାଇନ ଓ ଅଭିଯୋଗ ବାକ୍ସରେ ଅଭିଯୋଗ ହୋଇଥିଲା। ତେବେ ସେହି ଅଭିଯୋଗ ଆଧାରରେ ବିଭାଗୀୟ ଅଧିକାରୀ ତଦନ୍ତ କରି ସେଥିରୁ ମାତ୍ର ୬ଜଣକୁ ଛାଡି ସମସ୍ତଙ୍କ ନାମ ତାଲିକାରୁ ବାଦ ଦେଇଛନ୍ତି। ତେବେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯାଇଥିବା ବେଳେ, ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏବେବି ତାଲିକାରେ ରହିଛି।
ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ମାନେ କ୍ଷୁବ ପ୍ରକଶ କରି ଆଜି କାମକ୍ଷାନାଗାର ବିଡ଼ିଓଙ୍କ କାର୍ଯ୍ୟଳୟ ଘେରିଛନ୍ତି। ତେବେ ସଠିକ ଭାବେ ପୁନଃ ତଦନ୍ତ ପାଇଁ ସେମାନେ ଦାବି କରି ବିଡ଼ିଓଙ୍କ କାର୍ଯ୍ୟଳୟ ଘେରାଉ କରି ଧାରଣାରେ ବସିଛନ୍ତି। ତେବେ ଦୀର୍ଘ ୩ ଘଣ୍ଟା ଧରି ମହିଳା ମାନେ ଧାରଣା ଦେଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାନିକ ଅଧିକାରୀ ସେମାନଙ୍କ ନିକଟରେ ପହଂଚି ନାହାନ୍ତି।