ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଜଙ୍ଗଲ ଛାଡ଼ି କଲେଜ ପରିସରରେ ଭାଲୁ, ପ୍ରାୟ ୩ ଘଣ୍ଟା ଧରି..

ନୂଆପଡ଼ା: ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ନୁହେଁ କଲେଜ ପରିସରରେ ବୁଲୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ସଦର ମହକୁମାସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ।
ସୂଚନାନୁସାରେ, ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବିଚରଣ କରୁଥିଲେ । ସେମାନେ ପ୍ରାୟ ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଭାଲୁ ଜଙ୍ଗଲ ଭିତରକୁ ଫେରିଯାଇଥିଲେ । ଅବଶ୍ୟ ଭାଲୁମାନେ କାହାର କୌଣସି କ୍ଷତି ଘଟାଇ ନାହାନ୍ତି । କିନ୍ତୁ ଭାଲୁଙ୍କୁ ଦେଖି ଭୟଭୀତ ହୋଇଯାଇଛନ୍ତି କଲେଜ କର୍ମଚାରୀ ଓ ସ୍ଥାନୀୟ ଲୋକେ । ଏହି ୩ଟି ଭାଲୁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ସନ୍ଧାନରେ ଆସିଥିବା କୁହାଯାଉଛି ।
Download Argus News App
