ସୂଚନା ଥାଉକି, ଗାଁରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗାଁ ଭିତରକୁ ଭାଲୁ ପଶିଥିଲା। ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ ଭୟଭୀତ ନହେବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ। ଗତ ୪ ମାସ ତଳେ ବି ଭାଲୁ ଜୟପୁର ଏୟାରପୋର୍ଟ ଓ ରେଳ ଷ୍ଟେସନରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ସେହି ସମୟରେ ଭାଲୁକୁ କାବୁ କରିବାକୁ ଉଦ୍ୟମ କରିଥିଲେ ବି ଭାଲୁ କିନ୍ତୁ ସହର ଛାଡି ଜଙ୍ଗଲକୁ ଚାଲି ଯାଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର