ଏହି ସମୟରେ ଟିଟିଲାଗଡ଼ ସହରର ଆଠଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଏକ ପଡ଼ିଆକୁ ନେଇ ଯାଇଥିଲେ। ସେଠାରେ ନିସ୍ତୁକ ମାଡ଼ ମାରିବା ସହ ସିଗାରେଟ ଚେଙ୍କ ଦେଇଥିଲେ। ଶ୍ରମିକ ଚାଲାଣ କରୁଥିବା ସନ୍ଦେହରେ ଉକ୍ତ ଯୁବକମାନେ ୩୦ ହଜାର ଟଙ୍କା ବଟି ମାଗିବା ସହ ମାଡ଼ ମାରିଥିବା ଟିଟିଲାଗଡ଼ ଜିଆର୍ପି ଥାନାରେ କହ୍ନେୟା ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଲୁହାଛଡ଼ରେ ମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ଟିଟିଲାଗଡ଼ ଜିଆରପି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର