ଏହି ନିଖୋଜ ଘଟଣାକୁ ନେଇ ଦ୍ୱିତୀୟ ଥର ନିକଟସ୍ଥ ଭଦ୍ରେଶ୍ୱର ଥାନାରେ ରିପୋର୍ଟ ଲେଖେଇଥିଲେ ଝିଅଙ୍କ ବାପା l ବହୁ ଖୋଜାଖୋଜି ପରେ କୁଆଡେ କୌଣସି ଟେର ପାଇନଥିଲା ପୋଲିସ। ସେପଟେ ନିଖୋଜ ଝିଅ ସମ୍ପର୍କରେ ନିଜ ପରିବାର ଲୋକେ କିଛି ସୁରାକ ପାଇପାରିନଥିଲେ l କିନ୍ତୁ ଏହା ଭିତରେ ନିଖୋଜ ନାବାଳିକା ଝିଅ ପୋଲିସ ପାଖକୁ ମୋବାଇଲ ମାଧ୍ୟମରେ ଏକ ଭିଡିଓ ପଠାଇବା ପରେ ଘଟଣାର ସମ୍ପୂର୍ଣ୍ଣ ମୋଡ଼ ବଦଳି ଯାଇଥିଲା l କାରଣ ଉକ୍ତ ଭିଡିଓରେ ସେ କହିଥିଲେ ଯେ, ମୁଁ ନାବାଳିକା ନୁହେଁ ମୋତେ ୧୮ ବର୍ଷ ହୋଇ ସାରିଛି। ମୋତେ ଘର ଲୋକ ମରାମରି କରୁଥିବାରୁ ମୁଁ ମୋ ଇଚ୍ଛାରେ ଘର ଛାଡ଼ି ଚାଲିଆସିଛି। ମୋତେ କେହି ଅପହରଣ କରି ନାହାନ୍ତି। ମୋର ଏଭଳି ନିଷ୍ପତ୍ତି ପାଇଁ କିଛି ଅସାମାଜିକ ବ୍ୟକ୍ତି ମଧ୍ୟ ଦାୟୀ।
ନାବାଳିକା ଥିବା ସମୟରେ ଉକ୍ତ ନାବାଳିକା ଝିଅଙ୍କୁ ତାର ଟ୍ୟୁସନ ସାର କୁଆଡେ ଅପହରଣ କରିନେଇଥିବା ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲା ଆଧାରରେ ପୋଲିସ ଅପହୃତା ଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରି ତାଙ୍କ ବାପାକୁ ହସ୍ତାନ୍ତର କରିଥିଲା l ସେହି ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା ଏହି ନାବାଳିକା ଝିଅ ନିଜ ପୁରୁଣା ପ୍ରେମିକ ଅର୍ଥାତ ତାଙ୍କ ଟ୍ୟୁସନ ସାରଙ୍କ ସହିତ ଅତି ଚତୁରତାର ସହିତ ଫେରାର ହୋଇଯାଇଥିଲେ। ତେବେ ଝିଅର ବାପା କହିଛନ୍ତି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତାର ମୁହଁ ଆଉ ଦେଖିବିନି କି ତାକୁ ଗ୍ରହଣ କରିବିନି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର