ଗତକାଲି ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଭକ୍ତ ମାନଙ୍କ ନିମନ୍ତେ ଚାରି ଦ୍ବାର ନ ଖୋଲିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।ଏଭଳି ସ୍ଥଳେ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ,କିଛି ଆନୁସଙ୍ଗିକ କାର୍ଯ୍ୟ ରହି ଯାଇଥିବାରୁ ଚାରି ଦ୍ବାର ଖୋଲିପାରୁନାହିଁ। କାର୍ତ୍ତିକ ମାସରେ ଯଦି ଚାରି ଦ୍ବାର ଖୋଲିଥାନ୍ତା, ତାହାଲେ ଭକ୍ତ ମାନେ ଏଭଳି ଭିଡ଼ର ସମ୍ମୁଖୀନ ହୋଇ ନ ଥାନ୍ତେ। ମନ୍ଦିର ପ୍ରଶାସନ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବା କହିବା ଠିକ ନୁହେଁ ବୋଲି କହିଲେ ସାଂସଦ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର