ଅଧିକ ପଢନ୍ତୁ : ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଆହତ
ଦେହର ବିଭିନ୍ନ ଅଙ୍ଗରେ ଆକ୍ରମଣ ଯୋଗୁଁ ଗୁରୁତର ଆହତ ହୋଇଛନ୍ତି । ଘରଲୋକେ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥନ୍ତି ।
ଅର୍ଗସ ବ୍ୟୁରୋ : ମହୁମାଛି ଆକ୍ରମଣରେ ଚାଷୀ ଆହତ । ଖୋର୍ଦ୍ଧା ବୋଲଗଡ ବ୍ଲକ ଅସରଳା ଗ୍ରାମରେ ଚାଷୀ ବିଲରେ ଔଷଧ ପକାଇକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଆହାତ ହୋଇଛନ୍ତି ।
ଅଧିକ ପଢନ୍ତୁ : ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଆହତ
ଦେହର ବିଭିନ୍ନ ଅଙ୍ଗରେ ଆକ୍ରମଣ ଯୋଗୁଁ ଗୁରୁତର ଆହତ ହୋଇଛନ୍ତି । ଘରଲୋକେ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥନ୍ତି ।
କନ୍ଧମାଳ: ଫିରିଙ୍ଗିଆ ପୋଲିସକୁ ବଡ଼ ସଫଳତା । ପୋଲିସ ନାଁରେ ଡକାୟତ କରୁଥିବା ୮ ନକଲି ପୋଲିସ ଗିରଫ । ସେମାନଙ୍କଠାରୁ ୪ଟି ଦେଶୀ ବନ୍ଧୁକ ସହିତ ମାଉଜର, ଗୁଳି, ପୋଲିସ ପୋଷାକ, ୨ଟି ଗାଡ଼ି ଜବତ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ଏକ ନକଲି ପୋଲିସ ଗ୍ୟାଙ୍ଗ୍ । ଫିରିଙ୍ଗିଆ ଥାନା ପାଙ୍ଗା ଉପରସାହି ପଞ୍ଚାୟତର ବାଲିଗଟା ଅଞ୍ଚଳରେ ଗତ ମଙ୍ଗଳବାର ରାତିରେ ନିଜକୁ ପୋଲିସ ବୋଲି ପରିଚୟ ଦେଇ ଗଞ୍ଜେଇ ଧରିବାକୁ ଆସି ଏହି ଗ୍ୟାଙ୍ଗ୍ ଗାଁର ବିଭିନ୍ନ ଘରେ ପଶି ଟଙ୍କା, ପଇସା, ସୁନାଗହଣା ଲୁଟ୍ କରୁଥିଲେ ।
ଗ୍ରାମବାସୀ ମାନେ ସନ୍ଦେହ କରି ଥାନାକୁ ଫୋନ କରିଥିବା ବେଳେ ଗାଁକୁ ପୋଲିସ ବେଶରେ ଡକାୟତ ଦଳ ଆସିଥିବା ଜାଣି ପାରି ସେମାନଙ୍କୁ କାବୁ କରିବା ବେଳେ ଡକାୟତ ମାନେ ବନ୍ଧୁକ ମାଉଜର ଦେଖାଇ ପାଖ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ । ୨ ଜଣ ଡକାୟତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିଲେ । ତା ପର ଦିନ ପୋଲିସ ଗାଁ ନିକଟ ଜଙ୍ଗଲରୁ ଆଉ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ଜିଲ୍ଲା ସମେତ ଜିଲ୍ଲା ବାହାରେ ମଧ୍ୟ ବିଭିନ୍ନ ଚୋରି ଡକାୟତି ଓ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ମାତ୍ର ଅଧଘଣ୍ଟାଏ କାଳ ବୈଶାଖୀ, ହେଲେ ୬-୭ ଘଣ୍ଟା ଧରି ବିଦ୍ୟୁତ୍ କାଟ । ପୁରା ଅନ୍ଧାରରେ ରାଜଧାନୀ । ଏମିତି କି ଆଜି ସକାଳ ଯାଏ ବି ଅନେକ ଅଞ୍ଚଳରେ ଆସିନାହିଁ ବିଦ୍ୟୁତ । ଗତକାଲି ଅପରାହ୍ନରେ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଥିଲା । ସାଙ୍ଗକୁ ପ୍ରବଳ ପବନ ବି ହୋଇଥିଲା । ଅଧଘଣ୍ଟାରେ ଥମିଥିବା କାଳବୈଶାଖୀ, ହେଲେ ବର୍ଷା ଆରମ୍ଭରୁ ବିଦ୍ୟୁତ ଯାଇଥିଲା ଯେ, ରାତି ୧୧ ଯାଏ ଆସିଲା ନାହିଁ । ଫଳରେ ଅପରାହ୍ନ ପରଠୁ ପୁରା ଅନ୍ଧାର ହୋଇଯାଇଥିଲା ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳ ।
କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ ରହିଛି । ଖୋଦ୍ ମୁଖ୍ୟ ଶାସନ ସଚିବ ରାତି ୧୧ଟା ବେଳେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ଟ୍ବିଟ୍ କରି ଭୁବନେଶ୍ବରରେ ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଧିମା ଗତିରେ ହେଉଛି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ସାଧାରଣ ଲୋକ ଗ୍ରହଣ କରିବେ ନାହିଁ । କାଳବୈଶାଖୀରେ ବିଦ୍ୟୁତ୍ ପୁନଃସଂଯୋଗ ଯଦି ଏତେ ଧିମା, ତେବେ ବାତ୍ୟାରେ ପରିସ୍ଥିତି କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ଅସୁରକ୍ଷିତ ହୋଇପଡିଛି ଦେବୀ ନଦୀର ପଠା । ନଦୀର ବନ୍ୟା ଜଳ କୁଳକ୍ଷୟ କରିବାରେ ଲାଗିଛି । ବ୍ୟାପକ ତଟକ୍ଷୟ ହେଉଥିବାରୁ ଏହାକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି ନିଆଳି ବ୍ଲକ ତିହୁଡ଼ି ପଞ୍ଚାୟତ ପାରିମାଳ ଗାଁର ଯୁବ ଗୋଷ୍ଠୀ । ୨୦ ରୁ ଅଧିକ ଯୁବକ ଏକାଠି ହୋଇ ନଦୀବନ୍ଧକୁ ସୁରକ୍ଷା ସହିତ ପରିବେଶକୁ ସଜାଡ଼ିବା ପାଇଁ ଆରମ୍ଭ କରିଛନ୍ତି ଉଦ୍ୟମ । ଶ୍ରମ ,ସମୟ ଓ ଆର୍ଥିକ ସହଯୋଗ କରି ବିଗତ ଦୁଇବର୍ଷରେ ସେମାନେ ପାଖାପାଖି ୧୦୦୦ ଚାରା ଲଗାଇ ସେଗୁଡିକର ଦେଖାରଖା କରୁଛନ୍ତି । ପ୍ରତ୍ୟେକ ଦିନ ୧୦ଜଣ ଯୁବକ ବନୀକରଣ ହୋଇଥିବା ସ୍ଥାନକୁ ତଦାରଖ କରୁଥିବା ବେଳେ ଆବଶ୍ୟକୀୟ ଶ୍ରମଦାନ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରାଯାଇଥିବା ବନୀକରଣର ଚିହ୍ନ ନଥିବା ବେଳେ ଏଠାରେ ଯୁବଗୋଷ୍ଠୀଙ୍କ ଉଦ୍ୟମରେ ରୋପିତ ଗଛ ଗୁଡିକ ଆସ୍ତେ ଆସ୍ତେ ବଡ଼ ହେବାରେ ଲାଗିଛି ।
ନଦୀବନ୍ଧ ଓ ପଠାର ସୁରକ୍ଷା ପାଇଁ କରାଯାଉଛି ବୃକ୍ଷରୋପଣ । ପ୍ରଥମେ ୪୦୦ ଗଛ ରୋପିତ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ କୋଣାର୍କ ଅଞ୍ଚଳରୁ ୬୦୦ ଝାଉଁ ଚାରା କିଣି ଆଣି ରୋପଣ କରିଛନ୍ତି ଯୁବଗୋଷ୍ଠୀ । ଝାଉଁ ସହିତ ରୋପିତ ହୋଇଛି ଦ୍ରୁତ ବଢୁଥିବା ଯୁକାଲିପଟାସ । ଏବେ କିଛି ଗଛ ୪/୫ ଫୁଟ ଉଚ୍ଚ ହୋଇଯାଇଥିବା ବେଳେ କେତେକ ଗଛ ନୂଆ ଲାଗିଛି । କେବଳ ଚାରା ନୁହଁ ଜଳସେଚନ ପାଇଁ ମଧ୍ୟ ପକେଟରୁ ଖର୍ଚ୍ଚ କରିଛନ୍ତି ଯୁବଗୋଷ୍ଠୀ । ସରକାର ନ ଶୁଣିବା ପରେ ହାତରୁ ଖର୍ଚ୍ଚ କରି କରାଯାଇଛି ଜଳସେଚନ ବ୍ୟବସ୍ଥା । ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଓ ତଟକ୍ଷୟକୁ ରୋକିବା ଦିଗରେ ଯୁବ ଗୋଷ୍ଠୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ
ଅଧିକ ପଢନ୍ତୁ ଓଡ଼ିଶା ଖବର